ଶାସ୍ୱତ ଫିଲ୍ମ ପ୍ରଡକ୍ସନର ପ୍ରଥର ଅବଦାନ ଚୁଇଙ୍ଗମ ସିନେମାର ଶୁଭ ମହୁରତ

85

କନକ ବ୍ୟୁରୋ : ଶାସ୍ୱତ ଫିଲ୍ମ ପ୍ରଡକ୍ସନ ତରଫରୁ ଆଜି ପ୍ରଥମ ଅବଦାନ ଭାବେ ଚୁଇଙ୍ଗମ ସିନେମାର ଶୁଭ ମହୁରତ ହୋଇଛି । ଏହି କାର୍ଯ୍ୟକ୍ରମର କାର୍ୟ୍ୟକ୍ରମର ତାତ୍ପର୍ୟ୍ୟ ହେଉଛି ଶାସ୍ୱତ ଫିଲ୍ମ ପ୍ରଡକ୍ସନର ପ୍ରଥମ ଅବଦାନ ଚୁଇଙ୍ଗମ୍ ଫିଲ୍ମର ଶୁଭ ମହୁରତ୍ ଟିଏସ୍‌ଜି ଗୁରୁକୁଳ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଡ. ସାରଦା ପ୍ରସାଦ ମିଶ୍ର ଏବଂ ଶ୍ରୀଲେଖା ମିଶ୍ରଙ୍କ ପ୍ରଯୋଜନାରେ ଏହି ଚଳଚିତ୍ରଟି ହେବାକୁ ଯାଉଛି । ଶାସ୍ୱତ ଫିଲ୍ମ ପ୍ରଡକ୍ସନର ପ୍ରଥମ ଚଳଚିତ୍ର ହେଉଛି ଚୁଇଙ୍ଗମ୍ ।

ଚୁଇଙ୍ଗମ ଏକ ଏଭଳି କାହାଣୀ ଯେଉଁଥିରେ ଦୁଇ ମଧ୍ୟବିତ ପରିବାରର ଗୋଟିଏ ପୁଅ ଏବଂ ଝିଅ । ଦୁହିଁଙ୍କର ବନ୍ଧୁତ୍ୱ ଧୀରେ ଧୀରେ ପ୍ରେମରେ ବଦଳେ । ସମାଜର କଠୋର ପ୍ରହାରରେ ଦୁହିଁଙ୍କ ଜୀବନ ନଷ୍ଟ ହୋଇଯାଏ । ପ୍ରଥମେ ପ୍ରେମ ନା କ୍ୟାରିୟର ଏପରି ଏକ ମୌଳିକ କାହାଣୀ ଉପରେ ଆଧାରିତ ଓଡ଼ିଆ ଚଳଚିତ୍ର ଚୁଇଙ୍ଗମ ନିର୍ମାଣ କରାଯାଉଛି ।

ପ୍ରକୃତରେ କାହାଣୀର ମୁଳ ସାରାଂଶ ହେଉଛି ବର୍ତ୍ତମାନର ଯୁବ ସମାଜ କିପରି ମୋବାଇଲ ଓ ସୋସିଆଲ ମିଡିଆର ସଦୁପଯୋଗ କରିବା ସହ ନିଜର ଭବିଷ୍ୟତକୁ ଉନ୍ନତି ପଥରେ ନେବେ । ପଥଭ୍ରଷ୍ଟ ହେଉଥିବା ଯୁବପିଢି କିଭଳି ବିଫଳତାରୁ ସଫଳତାର ରାସ୍ତାରେ ଚାଲିବେ ଏହା ହିଁ ହେଉଛି ଆମ ଚଳଚିତ୍ରର ମୁଖ୍ୟ ଲକ୍ଷ୍ୟ ।

ନିର୍ମାଣ ହେଉଥିବା ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ଡ. ସାରଦା ମିଶ୍ର ଓ ଶ୍ରିଲେଖା ମିଶ୍ର , ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଉଛନ୍ତି କୁମାର ସରୋଜ, ସଂଗୀତ ନିର୍ଦ୍ଦେଶନା ପ୍ରଶାନ୍ତ ପାଢୀ ଦେଉଥିବା ବେଳେ ଗୀତିକାର ରହିଛନ୍ତି ଅରୁଣ ମନ୍ତ୍ରି, ଡ଼ ନିର୍ମଳ ନାୟକ ଓ ଜିତେନ୍ଦ୍ର ବରାଳ, କାହାଣୀଟି ଶ୍ରୀଲେଖା ମିଶ୍ରଙ୍କର ରହିଥିବା ବେଳେ ଡାଇଲଗ ଲେଖିଛନ୍ତି ଜିତେନ୍ଦ୍ର କୁମାର ବରାଳ ।