ଓଡିଆ ସିନେମା ପାଇଁ ଖୁସି ଖବର । କାନ୍ସ ୱାର୍ଲଡ ଫିଲ୍ମ ଫେଷ୍ଟିଭାଲ-୨୦୨୪ରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ ‘ଡେଲିଭରୀ ବୟ’ ।

202

କନକ ବ୍ୟୁରୋ: ଓଡ଼ିଆ ସିନେମା ପାଇଁ ଖୁସି ଖବର । କାନ୍ସ ୱାର୍ଲଡ ଫିଲ୍ମ ଫେଷ୍ଟିଭାଲ-୨୦୨୪ରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଓଡ଼ିଆ ଫିଲ୍ମ ‘ଡେଲିଭରୀ ବୟ’ । ସର୍ବଭାରତୀୟ ସ୍ତରରେ ଶହେ ସିନେମା ମନୋନୀତ ହୋଇଥିବା ବେଳେ ଏକମାତ୍ର ଓଡ଼ିଆ ସିନେମା ଭାବେ ‘ଡେଲିଭରୀ ବୟ’ ସ୍ଥାନ ପାଇଛି । ଆସନ୍ତା ଅଗଷ୍ଟ ମାସରେ ଏହା ସ୍କ୍ରିନିଂ ହେବ । ଏନେଇ ପୁରା ୟୁନିଟ୍ ଖୁସି ବ୍ୟକ୍ତ କରିଥିବା ବେଳେ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି । ସିନେମାର ନିର୍ଦ୍ଦେଶକ ତଥା ଅଭିନେତା ଅଶ୍ୱିନୀ ତ୍ରିିପାଠୀ କହିଛନ୍ତି ଓଡ଼ିଶା ଦର୍ଶକଙ୍କ ଭଲପାଇବା ଏବଂ ଆଶୀର୍ବାଦ ପାଇଁ ଏହି ସୁଯୋଗ ମିଳିଛି । ଗତବର୍ଷ ଏପ୍ରିଲ ୭ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିଥିଲା ଡେଲିଭରୀ ବୟ । ଏହା ପରେ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଓ ନୂଆଦିଲ୍ଲୀର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ରାଜ୍ୟ ସରକାର ଏହି ଚଳଚ୍ଚିତ୍ର ଉପରୁ ପ୍ରମୋଦ କର ଛାଡ଼ କରିଥିଲେ । ଫିଲ୍ମରେ ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ସୂର୍ଯ୍ୟମୟୀ, ପ୍ରିୟମ୍ବଦାଙ୍କ ସହ ଶକ୍ତି ବରାଳ, ଜୀବନ ପଣ୍ଡା, ଇଲୁ ବାନାର୍ଜି, ସରୋଜ ଦାଶ, ଗୁଡ୍ଡୁ ଓ ପୁପୁଲ ପ୍ରମୁଖ ଭୁମିକାରେ ଅଭିନୟ କରିଛନ୍ତି ।