ଆନିମେସନ ଭର୍ସନରେ ବ୍ଲକବଷ୍ଟର ହିଟ ସିନେମା ବାହୁବଳୀ । ମେ ୧୭ରୁ ଓଟିଟିରେ ବାହୁବଳୀ: ଦ କ୍ରାଉନ ଅଫ ବ୍ଲଡର ପ୍ରସାରଣ

102

କନକ ବ୍ୟୁରୋ : ବାହୁବଳୀ ଓ ବାହୁବଳୀ ଟୁ ବ୍ଲକବଷ୍ଟର ହିଟ ହେବା ପରେ ଏବେ ଏହାର ଆନିମେସନ ଭର୍ସନ ଆସିବାକୁ ଯାଉଛି । ତେବେ ବଡ ପରଦାରେ ନୁହେଁ ଓଟିଟି ପ୍ଲାଟଫର୍ମ ରିଲିଜ ହେବ । ଆନିମେସନ ଭର୍ସନର ଟାଇଟେଲ ରହିଛି ବାହୁବଳୀ ଦ କ୍ରାଉନ ଅଫ ବ୍ଲଡ୍ । ମେ ୭ରେ ମୁମ୍ବାଇରେ ଆନିମେସନ ସିରିଜର ଲଂଚ କରାଯାଇଛି । ମେ ୧୭ରୁ ପ୍ରସାରଣ ଅ।।ରମ୍ଭ ହେବ । ନିର୍ଦ୍ଦେଶକ ରାଜାମୌଲୀ କହିଛନ୍ତି ସିନେମା ପରି ଆନିମେଟେଡ ସିରିଜ ମଧ୍ୟ ସେତିକି ଆକର୍ଷଣୀୟ ଓ ଆଶ୍ଚର୍ଯ୍ୟଜନକ ହେବାକୁ ଯାଉଛି ।ବାହୁବଳୀ ରିଲିଜ ହେବାରେ ୭ବର୍ଷ ପରେ ଆନିମେଟେଡ ସିରିଜ ଦର୍ଶକଙ୍କ ନିକଟରେ ପହଁଚିବାକୁ ଯାଉଛି ଯାହାକୁ ନେଇ ଦର୍ଶକ ବେଶ ଉତ୍ସୁକ ଅଛନ୍ତି ।