ମେ’୪ ରୁ ଜୀ ସାର୍ଥକର ରିୟାଲିଟି ଶୋ ‘ରଜ କୁଇନ୍.. ଉଡିଯା.. ଆକାଶଟା ତୋର’ । ଦେଖନ୍ତୁ କେଉଁ ସମୟରେ ହେବ ପ୍ରସାରଣ

79

କନକ ବ୍ୟୁରୋ : ଓଡିଶା ଟେଲିଭିଜନ ଦୁନିଆର ଏକ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ଦ୍ୱାରା ପ୍ରସ୍ତୁତ ସର୍ବାଧିକ ଲୋକପ୍ରିୟ ରିୟାଲିଟି ଶୋ’ “ରଜ କୁଇନ – ଉଡିଯା’… ଆକାଶଟା ତୋ’ର” ୧୨ ବର୍ଷରେ ପହଁଚିଛି । ଆମ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଚଳିତ ସିଜିନରେ ଏହି ଲୋକପ୍ରିୟ ରିୟାଲିଟି ଶୋ’ ପ୍ରସାରଣର ଶୁଭାରମ୍ଭ ଆସନ୍ତା ମେ ୪ ତାରିଖରୁ ପ୍ରତ୍ୟେକ ଶନିବାର ଏବଂ ରବିବାର ରାତି ୯:୩୦ ରେ ହେବ । ବିଗତ ୧୧ ବର୍ଷରେ ଜୀ ସାର୍ଥକ ର ଏହି ବହୁ ଲୋକପ୍ରିୟ ରିୟାଲିଟି ଶୋ’ ଦ୍ୱାରା ଅନେକ ପ୍ରତିଯୋଗୀ ବିଜେତା ହେବା ସହିତ ବହୁ କଳାକାର ସୃଷ୍ଟି ହୋଇ ଛୋଟ ଓ ବଡ଼ ପରଦାରେ ଅଭିନୟ କରି ନିଜର କ୍ୟାରିୟର ଗଢିପାରିଛନ୍ତି । ଆମ ରାଜ୍ୟର ଯୁବ ପିଢ଼ିଙ୍କ ଭବିଷ୍ୟତ ଗଢିବା ପାଇଁ ଜୀ ସାର୍ଥକ ସବୁବେଳେ ଚେଷ୍ଟା ଜାରି ରଖିଥାଏ ।

“ରଜ କୁଇନ” ୨୦୨୪ ସିଜନ ୧୨ ମଧ୍ୟ ବଡ଼ ଆକାରରେ ଆରମ୍ଭ ହେଉଛି କ୍ଷ ଓଡିଶାର ପ୍ରତିଟି ଜିଲ୍ଲାର ବଛା ବଛା ଟ୍ୟାଲେଣ୍ଟେଡ ପ୍ରତିଯୋଗୀମାନେ ଭାଗ ନେଇଛନ୍ତି ଏବଂ ସେମାନେ ବିଭିନ୍ନ ସ୍ତର ଦେଇ ଆଗକୁ ବଢିବେ କ୍ଷ ପୂର୍ବ ସିଜିନ ଭଳି ଏଥର ମଧ୍ୟ ପ୍ରତ୍ୟେକ ବିଜେତାଙ୍କ ସ୍ବପ୍ନ ପୂରଣ ପାଇଁ ସ୍କଲାରସିପ୍ ଦିଆଯିବ ।

ଏହି ସର୍ବାଧିକ ଲୋକପ୍ରିୟ ରିୟାଲିଟି ଶୋ ରେ ଜୀ ସାର୍ଥକ ର ମେଗା ଧାରାବାହିକ ମାନଙ୍କରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଅଭିନେତ୍ରୀ ସ୍ମୃତିରେଖା ରଣା (ମାନିନୀ), ଅନନ୍ୟା ଦାଶ (ଧାରା), ଅଙ୍କିତା ମିଶ୍ର (ପ୍ରିୟା) ଏବଂ ସୁମନ ପଟ୍ଟନାୟକ (ରେଖା) ମେଣ୍ଟର ଭାବରେ ରଜ କୁଇନ ସିଜିନ ୧୨ ରେ ରହିଛନ୍ତି କ୍ଷ ମୁଖ୍ୟ ଜଜ୍ ଆସନ ଅଳଙ୍କୃତ କରିଛନ୍ତି ବରିଷ୍ଠ ଅଭିନେତା ଶ୍ରୀତମ ଦାସ ଏବଂ ଅଭିନେତ୍ରୀ ଲିପି ମହାପାତ୍ର କ୍ଷ ଉପସ୍ଥାପନା କରୁଛନ୍ତି ସମସ୍ତଙ୍କର ପ୍ରିୟ ଅଭିଜ୍ଞ ଉପସ୍ଥାପକ ସୁଜିତ ପାଇକରାୟ ।

ଜୀ ସାର୍ଥକ ଦର୍ଶକଙ୍କ ମନୋରଞ୍ଜନ ସହିତ ଆଜିର ଯୁବପିଢ଼ିଙ୍କ କ୍ୟାରିଅର ପ୍ରତି ଧ୍ୟାନ ଦେଇଥାଏ କ୍ଷ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜିର ଯୁବପିଢ଼ିଙ୍କ ସ୍ବପ୍ନ ପୂରଣ କରିବାରେ ସହାୟକ ହୋଇଥାଏ କ୍ଷ ଜୀ ସାର୍ଥକ ର ଏହି ଲୋକପ୍ରିୟ ରିୟାଲିଟି ଶୋ ରେ ଯୁବପିଢ଼ିର ମହିଳା ଭାଗ ନିଅନ୍ତୁ ଓ ନିଜର ସ୍ବପ୍ନ ପୂରଣର ଯାତ୍ରାରେ ବାହାରିଯାନ୍ତୁ ବୋଲି ଜୀ ସାର୍ଥକ ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ ପ୍ରକାଶ କରିଛନ୍ତି ।