ବିସିସିଆଇ ବଢ଼ାଇଲା ମୁଖ୍ୟ ଚୟନକର୍ତ୍ତାଙ୍କ ଦରମା । ଜାଣନ୍ତୁ ବାର୍ଷିକ କେତେ ଟଙ୍କା ପାଇବେ ଅଜିତ ଅଗରକର ?

8,134

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବୋଲର ଅଜିତ ଅଗରକର ଏବେ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତାଭାବେ ନିଯୁକ୍ତ ହୋଇଛନ୍ତି । ଏହି ପଦବୀରେ ଅଗରକର ରହିବା ପରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଚୟନ କରିଛନ୍ତି । ଚୟନ କମିଟିରେ ରହିଥିବା ବାକି ସଦସ୍ୟ ତୁଳନାରେ ଅଗରକରଙ୍କ ଆନ୍ତର୍ଜାତୀୟ କ୍ୟାରିୟର ବହୁ ଆଗରେ ରହିଛି । ତେବେ ଏହି ପଦ ପାଇଁ ପ୍ରଥମେ ରାଜି ନଥିଲେ ଅଗରକର । ଦରମା ଏହାର ମୁଖ୍ୟ କାରଣ ରହିଥିଲା । ମୁଖ୍ୟ ଚୟନକର୍ତ୍ତାଙ୍କ ଦରମା ଥିଲା ବାର୍ଷିକ ୧ କୋଟି । ଚେତନ ଶର୍ମା ଏହି ଦରମା ପାଉଥିଲେ । କିନ୍ତୁ ଏତିକି ଦରମା ପାଇଁ ରାଜି ନଥିଲେ ଅଗରକର । ପରେ ୨୦୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତିି ନେଇଛି ବିସିସିଆଇ । ପୂର୍ବରୁ ମୁଖ୍ୟ ଚୟନକର୍ତ୍ତାଙ୍କ ଦରମା ବାର୍ଷିକ ୧ କୋଟି ଥିବାବେଳେ ଏବେ ଅଗରକରଙ୍କୁ ମିଳିବ ୩ କୋଟି ଟଙ୍କା ।

ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତାଭାବେ ଅଗରକର ଯୋଗ ଦେବା ପୂର୍ବରୁ ଆଇପିଏଲ ଟିମ ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଡ କୋଚ ରହିଥିଲେ । ଏହାପୂର୍ବରୁ ମୁମ୍ବାଇର ସିନିୟର ଦଳର ମୁଖ୍ୟ ଚୟନକର୍ତ୍ତାଭାବେ ର୍କ୍ୟା ମଧ୍ୟ କରିଛନ୍ତି । କେବଳ ଏତିକି ନୁହେଁ ଭାସ୍ୟକାରଭାବେ ମଧ୍ୟ କାମ କରିବା ଏବଂ ପ୍ରଫେସନାଲ କ୍ୟାରିୟର ସହ ଜଡ଼ିତ ଅନେକ କାମ ମଧ୍ୟ କରୁଥିଲେ । ସବୁଠାରୁ ବଡ଼ କଥା ହେଉଛି କି, ବିସିସିଆଇ ତାଙ୍କ ବରିଷ୍ଠତା, ଅଭିଜ୍ଞତା ହେତୁ ତାଙ୍କୁ ଏହି ପଦବୀ ଦେଇଛି । ଏପରିକି ବୋର୍ଡ ଚାହୁଁଥିଲା କି, ମୁଖ୍ୟ ଚୟନକର୍ତ୍ତା ତାଙ୍କ କ୍ୟାରିୟରରେ ଟି-୨୦ ଖେଳିଥିବେ । ୨୦୦୭ ଟି-୨୦ ବିଶ୍ୱକରେ ଅଜିତ ଅଗରକର ଦଳର ସଦସ୍ୟ ରହିଥିଲେ । ଏହି କାରଣରୁ ମୁଖ୍ୟ ଚୟନର୍ତ୍ତା ଦ ପାଇଁ ଆବେଦନ କରିଥିବା ସମସ୍ତଙ୍କଠାରୁ ଆଗରେ ରହିଥିଲେ । ବିସିସିଆଇ ସମସ୍ତ ମାନଦଣ୍ଡକୁ ଅଗରକର ମାନିଥିବାବେଳେ ତାଙ୍କ ଦରମା ବଢ଼ାଇବାରେ ବିଳମ୍ବ କରିନଥିଲା । ସେଟେ ଅନ୍ୟ ଚୟନକର୍ତ୍ତାଙ୍କ ଦରମା ବାର୍ଷିକ ୯୦ ଲକ୍ଷ ରହିଛି ।