ଜାଭା ଟେକନକ୍ରାଟ ର ୭ମ ଫାଉଣ୍ଡେସନ ଡେ ପାଳିତ

406

ଭୁବନେଶ୍ବର ସହିଦ୍ ନଗର ସ୍ଥିତ ଜାଭା ଟେକନୋକ୍ରାଟର ୭ମ ଫାଉଣ୍ଡେସନ ଡେ ତା ୨୨ ଜୁଲାଇ,୨୦୨୨ ଦିନ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ସମାରୋହରେ ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ରଶ୍ମିକାନ୍ତ ଦାସ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ।ଏହି ସମାରୋହରେ ଅଧ୍ୟକ୍ଷ, କର୍ମକର୍ତ୍ତା ଯଥା ଶ୍ରୀମତୀ ଉଷା କିରଣ ଦାସ, ରାଜୀବ ଲୋଚନ, ରବି ଶଙ୍କର ମହାରଣା, ଦିବ୍ୟସ୍ମିତା ମହାନ୍ତି, ପ୍ରଜ୍ଜ୍ଵଳ ଚନ୍ଦ୍ର, ଅମିତ କୁମାର, ଭାନୁପ୍ରିୟା ପାଢୀ, ଶ୍ରୀରାମ ଦାସ, ବଜରଙ୍ଗ ମହାପାତ୍ର, ବିପିନ, ଶୁଭମ, ଚିରଞ୍ଜିବୀ, ମନୋଜ କୁମାର ନାୟକ, ସସ୍ମିତା ଓ ଅନ୍ୟନ୍ୟ କର୍ମଚାରୀ ଙ୍କ ସହିତ ବହୁ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ପ୍ରତିଷ୍ଠାତା ନିଜର ଅଭିଭାଷଣରେ କିପରି ଅନୁଷ୍ଠାନ ଆରମ୍ଭ କରିଥିଲେ, କିପରି ଜାଭା ଏବଂ ଅନ୍ୟନ୍ୟ କୋର୍ସ ଏଠାରେ ଅଧ୍ୟୟନ କରି ଏଠାକାର ଛାତ୍ରଛାତ୍ରୀମାନେ ଦେଶ ବିଦେଶର ପ୍ରତିଷ୍ଠିତ କମ୍ପାନୀ ମାନଙ୍କରେ ନିଯୁକ୍ତି ପାଇଛନ୍ତି ଏବଂ କିପରି ଗୁଣାତ୍ମକ ପାଠପଢା ସହିତ ଅତି ସହଜରେ ବୁଝିପାରିବେ ତାହା ଉପରେ କହିଥିଲେ।୨୦୨୨-୨୩ ବର୍ଷ ନିୟୁକ୍ତି ରେ ନିଯୁକ୍ତି ପାଇଥିବା ଅନୁଷ୍ଠାନର କିଛି ଛାତ୍ରଛାତ୍ରୀ ଦିନେଶ୍, ପାୟଲ, କୌଶିକ କିପରି ଅନୁଷ୍ଠାନ ରେ ଅଧ୍ୟୟନ କରି ଅଧ୍ୟକ୍ଷ ରଶ୍ମିକାନ୍ତ ଦାସ ଙ୍କ ଦ୍ୱାରା ପ୍ରେରିତ ହୋଇ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇଲେ ଅନୁଭୂତି ବାଣ୍ଟିଲେ। ଛାତ୍ରଛାତ୍ରୀ,ଅଧ୍ୟାପକ ଏବଂ ସକ୍ରିୟ କର୍ମଚାରୀ ବୃନ୍ଦ ଅଂଶଗ୍ରହଣକରି ଏହି କାର୍ୟ୍ୟକ୍ରମକୁ ସଫଳ କରିଥିଲେ।