Daily Archives

April 17, 2020

ରଥଯାତ୍ରା ସଂପର୍କରେ ତୁରନ୍ତ ନିଷ୍ପତ୍ତି ନିଅ । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ । କହିଲେ ଚନ୍ଦନ…

କନକ ବ୍ୟୁରୋ: ଜୁନ ୨୩ରେ ରଥଯାତ୍ରା । କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ରଥଯାତ୍ରା କିପରି ହେବ, ଏହାକୁ ନେଇ ଆଶଙ୍କା ବୃଦ୍ଧି ପାଉଛି । ତୁରନ୍ତ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ନେବାକୁ ସରକାରଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜ । ଚନ୍ଦନଯାତ୍ରା,…

ଚାଷୀଙ୍କ ସାମ୍ନାରେ ଲକଡାଉନ୍ ଲକ୍ଷ୍ମଣରେଖା! ବିକ୍ରୀ ଅଭାବରୁ କେଉଁଠି କାନ୍ଦୁଛି କଦଳୀ ଚାଷୀ ତ କେଉଁଠି ବିଲରେ ଗାଇଗୋରୁ…

କନକ ବ୍ୟୁରୋ: ବିଲରେ ସଢୁଛି ତଟକା ପନିପରିବା । କେଉଁଠି କଦଳୀ ଚାଷୀଙ୍କ ପାଇଁ କାଳ ସାଜିଛି କରୋନା । ତ କେଉଁଠି ଲକଡାଉନ ପାଇଁ ବିଲରେ ଗାଇଗୋରୁ ଖାଉଛନ୍ତି ଫୁଲ କୋବି । ବିକ୍ରି ଅଭାବ ଯୋଗୁ ଗାଇଗୋରୁ ଖାଉଛନ୍ତି ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ । କଦଳୀ ଚାଷ ଉପରେ କରୋନା ମାଡ । ତାଲାବନ୍ଦ…

କେମିତି ବ୍ୟାପିଲା କରୋନା ଭୂତାଣୁ? ପ୍ରାକୃତିକ ନା ମନୁଷ୍ୟକୃତ ଭାବେ ମାଡ଼ି ଆସିଲା ଏହି ବିପତ୍ତି? ଆମେରିକା ବୈଦେଶିକ…

କନକ ବ୍ୟୁରୋ: ଚାଇନାର ଉହାନ୍ ସହର ପୁଣି ଥରେ ଚର୍ଚ୍ଚାର ପରିଧିକୁ ଆସିଛି । କିଛି ଦିନ ତଳେ ଲକ୍ ଡାଉନ୍ ଉଠିଥିବା ସହରରେ ଅଚାନକ୍ ମୃତ୍ୟୁ ସଂଖ୍ୟା ବଢ଼ିଛି । ଉହାନ୍ ମ୍ୟୁନିଲିପାଲଟି ଦେଇଥିବା କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟାକୁ ନେଇ ବିଶ୍ୱବ୍ୟାପି ଚୀନ୍କୁ ସମାଲୋଚନାର ଶିକାର ହେବାକୁ…

କରୋନା ଭିତରେ ଭାରତ ପାଇଁ ଭଲ ଖବର । ଆରବିଆଇ ଗଭର୍ଣ୍ଣର କହିଲେ, ଚଳିତ ଆର୍ଥିକ ବର୍ଷରେ ୧.୯ ପ୍ରତିଶତ ହାରରେ ବଢିପାରେ…

କନକ ବ୍ୟୁରୋ: କରୋନା ସ୍ଥିତି ଭିତରେ ଦେଶର ଅର୍ଥନୀତି ସୁଧାରିବାକୁ ପ୍ରୟାସ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର । ଦେଶବାସୀଙ୍କୁ ସଂବୋଧନ କରି ରିଜର୍ଭ ବ୍ୟାଙ୍କ ଗଭର୍ଣର କହିଛନ୍ତି ଏବେ ଦଶର ଆର୍ଥିକ ସ୍ଥିତି ଉପରେ ନଜର ରଖିଛୁ । ବିଶ୍ୱ ଅର୍ଥନୀତି ଉପରେ ବି ନଜର ରଖିଛୁ । ଦେଶର…

ଦେଶରେ କମିଛି କରୋନା ସଂକ୍ରମଣର ବେଗ । ସେପଟେ ଲଘୁ ଉତ୍ପାଦ ସଂଗ୍ରହ ଉପରେ କଟକଣା କୋହଳ, ଫସଲ ଅମଳ ଉପରେ ବି କଟକଣା…

କନକ ବ୍ୟୁରୋ: ଦେଶରେ କମୁଛି କରୋନା ସଂକ୍ରମଣର ବେଗ । ଏନେଇ ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମଣର ବେଗ କମିଛି । କରୋନା ଗ୍ରୋଥ ଫ୍ୟାକ୍ଟର ୪୦ ପ୍ରତିଶତ ହ୍ରାସ ପାଇଛି । ଗତ ୨୪ ଘଂଟାରେ…

ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଅଭିଜ୍ଞଙ୍କ ଭବିଷ୍ୟବାଣୀ । ଏହା କେତେ ସତ ଓ କେତେ ମିଛ? ଭାଇରାଲ ଭବିଷ୍ୟବାଣୀର ସତ କଣ?…

କନକ ବ୍ୟୁରୋ :ଅଭିଜ୍ଞ ଆନନ୍ଦ । ୧୪ ବର୍ଷର ଏହି ବାଳକଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଅଭିଜ୍ଞ ଆନନ୍ଦଙ୍କ ଫଟୋ ସହ କିଛି ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ଯାହାକୁ କରୋନା ମହାମାରୀ ସହ ଯୋଡାଯାଉଛି । ସୋସିଆଲ ମିଡିଆରେ ଭାଇରାଲ ମେସେଜରେ କୁହାଯାଉଛି ଯେ, ଦେଢ…