କରୋନା ଭିତରେ ଭାରତ ପାଇଁ ଭଲ ଖବର । ଆରବିଆଇ ଗଭର୍ଣ୍ଣର କହିଲେ, ଚଳିତ ଆର୍ଥିକ ବର୍ଷରେ ୧.୯ ପ୍ରତିଶତ ହାରରେ ବଢିପାରେ ଜିଡିପି, ସୁଧହାର କମାଇଲା ରିଜର୍ଭ ବ୍ୟାଙ୍କ । 

578

କନକ ବ୍ୟୁରୋ: କରୋନା ସ୍ଥିତି ଭିତରେ ଦେଶର ଅର୍ଥନୀତି ସୁଧାରିବାକୁ ପ୍ରୟାସ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର । ଦେଶବାସୀଙ୍କୁ ସଂବୋଧନ କରି ରିଜର୍ଭ ବ୍ୟାଙ୍କ ଗଭର୍ଣର କହିଛନ୍ତି ଏବେ ଦଶର ଆର୍ଥିକ ସ୍ଥିତି ଉପରେ ନଜର ରଖିଛୁ । ବିଶ୍ୱ ଅର୍ଥନୀତି ଉପରେ ବି ନଜର ରଖିଛୁ । ଦେଶର ଅର୍ଥନୀତିରେ କ୍ଷତି ଯେପରି କମ୍ ହେବ ତା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି ।

ସାରା ବିଶ୍ୱରେ ୯ ଟ୍ରିଲିୟନ ବା ୯ ଲକ୍ଷ କୋଟି ଡଲାରର କ୍ଷତି ହେବ । ଲକଡାଉନ କାରଣରୁ ଦେଶରେ ଏବେ ଚାଷ କାମ ପାଇଁ ଶ୍ରମିକ ଅଭାବ ଦେଖାଦେବ । ତେଣୁ ଏହା ମଧ୍ୟପ୍ରଭାବିତ ହେବ । ତେବେ ସାରା ଦୁନିଆରେ ପ୍ରାୟ ୩୦ ପ୍ରତିଶତ ବ୍ୟବସାୟ କ୍ଷତିଗ୍ରସ୍ତ ହେବ । ଦେଶରେ କରୋନା ଶେଷ ହେବା ବେଳକୁ ୭.୪ ପ୍ରତିଶତ ବିକାଶ ହାର ରହିବ । ଚଳିତ ବର୍ଷ ସେହିପରି ୧.୯ ପ୍ରତିଶତ ବିକାଶ ହାର ରହିବା ନେଇ ଅନୁମାନ କରିଛନ୍ତି ଆରବିଆଇ ଗଭର୍ଣ୍ଣର । ଏହାରି ଭିତରେ ଦେଶର ଅଭିବୃଦ୍ଧି ହାର ଆଗ ଅପେକ୍ଷା କମ୍ ହେବ ବୋଲି ସେ ସୂଚନା ଦେଇଛନ୍ତି ।