ଆଇପିଏଲ୍-୨୦୨୪ ପ୍ଲେ-ଅଫ୍: ଖେଳିବେନି ଇଂଲଣ୍ଡ ଖେଳାଳି, ଚିନ୍ତାରେ କୋଲକାତା, ରାଜସ୍ଥାନ, ବେଙ୍ଗାଳୁରୁ

794

କନକ ବ୍ୟୁରୋ: ମେ ୨୬ ତାରିଖରେ ଖେଳାଯିବ ବିଶ୍ୱର ସବୁଠୁ ବ୍ୟୟବହୁଳ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ । ପ୍ଲେ-ଅଫକୁ ଉତିର୍ଣ୍ଣ ହୋଇଥିବା କୋଲକତା, ରାଜସ୍ଥାନ, ହାଇଦ୍ରାବାଦ, ବେଙ୍ଗାଳୁର ମଧ୍ୟରୁ ଦୁଇ ଟିମ୍ ମଧ୍ୟରେ ଟାଇଟଲ ପାଇଁ ମୁକାବିଲା ହେବ । କିନ୍ତୁ ଜୁନ ୧ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଖେଳାଳି ପ୍ଲେ-ଅଫ ଖେଳିବେ ନାହିଁ । ଇଂଲଣ୍ଡ କ୍ରିକେଟ ବୋର୍ଡ ତାଙ୍କ ଖେଳାଳୀଙ୍କୁ ବିଶ୍ୱକପର ୧୦ ଦିନ ପୂର୍ବରୁ ଇଂଲଣ୍ଡ ଟିମ ସହ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି କୋଲକତା, ରାଜସ୍ଥାନ, ବେଙ୍ଗାଳୁର ।

କୋଲକାତା ନାଇଟ୍ ରାଇଡର୍ସ
କେକେଆର ଓପନର ଇଂଲଣ୍ଡ ଖେଳାଳି ଫିଲ ସଲ୍ଟ ପ୍ଲେ-ଅଫ ଖେଳିବେ ନାହିଁ
୧୨ଟି ଇନିଂସରେ ୧୮୨ ଷ୍ଟ୍ରାଇକ ରେଟ୍ ସହ ୪୩୫ ରନ କରିଛନ୍ତି ସଲ୍ଟ

ରାଜସ୍ଥାନ ରୟାଲ୍ସ
ପ୍ଲେ-ଅଫରେ ଖେଳିବେନି ଇଂଲଣ୍ଡ ଖେଳାଳି ଜସ୍ ବଟଲର
ରାଜସ୍ଥାନ ପାଇଁ ୧୧ ଟି ଇନିଂସରୁ ୩୫୯ ରନ କରିଛନ୍ତି ବଟଲର
ବଟଲର ଚଳିତ ଆଇପିଏଲରେ ଦୁଇଟି ଶତକ ମାରିଛନ୍ତି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ
ଇଂଲଣ୍ଡର ଖେଳାଳି ୱିଲ ଜାକ୍ସ୍ ପ୍ଲେ-ଅଫରେ ବେଙ୍ଗାଳୁର ପାଇଁ ଖେଳିବେ ନାହିଁ
ମିଡଲ ଅର୍ଡରରେ ୱିଲ୍ସ ଜାକଙ୍କ ଭଲ ପଦର୍ଶନ ପାଇଁ ଦଳ ୫ ଟି ମ୍ୟାଚରେ ବିଜୟୀ ହୋଇଥିଲା

କେକେଆର, ଆରଆର, ଆରସିବି ପାଇଁ ଏହି ତିନି ଖେଳାଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିଲେ । ସେମାନଙ୍କ ଅନୁପସ୍ଥିତିରେ ତିନି ଦଳ ପାଇଁ ନିଶ୍ଚିତ ମହଙ୍ଗା ପଡିବ ବୋଲି କୁହାଯାଉଛି ।ଆଇପିଏଲ ପ୍ଲେ ଅଫ ନିୟମ ଅନୁଯାୟୀ, ଫାଇନାଲ ମୁକାବିଲା ପାଇଁ ୪ ଟି ଟିମ୍ ମଧ୍ୟରେ ତିନିଟି ମ୍ୟାଚ ଖେଳାଯିବ । ଗୋଟିଏ ଏଲିମିନେଟର ଏବଂ ଦୁଇଟି କ୍ୱାଲିଫାୟର ମ୍ୟାଚ ଖେଳାଯିବ ।

ପଏଂଟ ଟେବୁଲରେ ଦୁଇ ଶୀର୍ଷ ଟିମ୍ କୋଲକତା-ହାଇଦ୍ରାବାଦ ଏଲିମିନେଟର ମ୍ୟାଚ ଖେଳିବେ
ସେମାନଙ୍କ ମଧ୍ୟରୁ ବିଜୟୀ ଟିମ ସିଧା ଆଇପିଏଲ-୨୦୨୪ ଫାଇନାଲକୁ ଯିବ
ପରାଜିତ ଟିମ୍ ପ୍ରଥମ କ୍ୱାଲିଫାୟର ମ୍ୟାଚର ବିଜେତା ଟିମ ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବେ
ଦ୍ୱିତୀୟ କ୍ୱାଲିଫାୟାରର ବିଜେତା ଏଲିମିନେଟରର ବିଜେତା ସହ ଫାଇନାଲ ଖେଳିବ
ପଏଂଟ ଟେବୁଲର ତଳେ ଥିବା ଆରସିବି-ଆରଆର ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳାଯିବ

ପ୍ଲେ-ଅଫରେ ଥିବା ୪ ଟିମ ମଧ୍ୟରୁ ସବୁ ଟିମ ବ୍ୟାଟିଂରେ ହାଇ ସ୍କୋର କରିବାର କ୍ଷମତା ରଖିଛନ୍ତିି । କିନ୍ତୁ ହାଇଦ୍ରାବାଦ ଏମାନଙ୍କ ମଧ୍ୟରୁ ସବୁଠୁ ଆଗରେ ରହିଛି । ସେହିପରି ବୋଲିଂରେ ବେଙ୍ଗାଳୁର, ହାଇଦ୍ରାବାଦ ଅପେକ୍ଷା କୋଲକତା, ରାଜସ୍ଥାନରେ ପଲା ଭାରୀ ରହିଛି ।