କେମିତି ବ୍ୟାପିଲା କରୋନା ଭୂତାଣୁ? ପ୍ରାକୃତିକ ନା ମନୁଷ୍ୟକୃତ ଭାବେ ମାଡ଼ି ଆସିଲା ଏହି ବିପତ୍ତି? ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଦମ୍ଭୋକ୍ତି, ଭୂତାଣୁର ସତ ଖୋଜିବ ଆମେରିକା ।

1,811

କନକ ବ୍ୟୁରୋ: ଚାଇନାର ଉହାନ୍ ସହର ପୁଣି ଥରେ ଚର୍ଚ୍ଚାର ପରିଧିକୁ ଆସିଛି । କିଛି ଦିନ ତଳେ ଲକ୍ ଡାଉନ୍ ଉଠିଥିବା ସହରରେ ଅଚାନକ୍ ମୃତ୍ୟୁ ସଂଖ୍ୟା ବଢ଼ିଛି । ଉହାନ୍ ମ୍ୟୁନିଲିପାଲଟି ଦେଇଥିବା କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟାକୁ ନେଇ ବିଶ୍ୱବ୍ୟାପି ଚୀନ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଗତକାଲି ଦିଆଯାଇଥିବା ତଥ୍ୟ ଅନୁସାରେ, ଉହାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫ରୁ ଅଚାନକ୍ ୫୦ ହଜାର ୩୩୩ ବୋଲି ଦର୍ଶାଯାଇଛି ।

ସେହିପରି ମୃତକଙ୍କ ସଂଖ୍ୟା ୧୨ଶହ ୯୦ରୁ ୩ ହଜାର ୮୬୯ରେ ପହଂଚିଛି । ଯାହା ଫଳରେ ଚୀନରେ କରୋନା ରୋଗୀଙ୍କ ସଂଖ୍ୟା ମୋଟ୍ ୪ ହଜାର ୬୩୨ରେ ପହଂଚିଛି । ଆଉ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୬୯୨ ହୋଇଥିବା କୁହାଯାଇଛି । ତେବେ ଏହାକୁ ନେଇ ବିଶ୍ୱ ସମୁଦାୟରୁ ବିଭିନ୍ନ ପ୍ରତିକ୍ରିୟା ସବୁ ଆସିବାରେ ଲାଗିଛି । ଚୀନ୍ ଜାଣିଶୁଣି ତଥ୍ୟ ଲୁଚାଉଥିବା ନେଇ ଅଭିଯୋଗ ହୋଇଛି ।

ବଡ଼ କଥା ହେଉଛି-ଚୀନର ଆଭିମୁଖ୍ୟକୁ ନେଇ କଠୋର ମନୋଭାବ ଦେଖାଇଛି । କରୋନା ଭୂତାଣୁ ଉହାନର କୌଣସି ସି ଫୁଡ ମାର୍କେଟରୁ ନୁହେଁ ବରଂ ଏକ ଲ୍ୟାବରୁ ଆସିଥାଇପାରେ ବୋଲି କହିଛି ଆମେରିକା । ଏନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଏହାକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳୁଥିବା ବେଳେ ସବୁ ଦିଗକୁ ନେଇ ତଦନ୍ତ କରାଯିବାର ଆବଶ୍ୟକତା ରହିଛି । କରୋନା ଭୁତାଣୁ ପାଇଁ ଆମେରିକା ଚୀନ୍ ଲ୍ୟାବ୍କୁ ଦାୟୀ କରିବା ସହ ଏ ବାବଦରେ ଚୀନ ସ୍ଥିତି ସ୍ପଷ୍ଟ କରୁ ବୋଲି ଆମେରିକା ଦାବି କରିଛି । ଆବଶ୍ୟକ ପଡ଼ିଲେ ଆମେରିକା ତଦନ୍ତ କରିବ ବୋଲି ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଛନ୍ତି ।