କମୁନି ଆମ ଆଦମୀ ପାର୍ଟିର ସମସ୍ୟା: ଆମେରିକା, କାନାଡ଼ା, ଆରବ ୮ଟି ଦେଶରୁ ଦଳକୁ ମିଳିଛି କୋଟି କୋଟି ଟଙ୍କା ପାଣ୍ଠି

478

କନକ ବ୍ୟୁରୋ: ଦିଲ୍ଲୀ ଦୁର୍ନୀତି ମାମଲରେ ଘାଂଟି ହେଉଥିବା ଆପ ବିରୋଧରେ ଆଉ ଏକ ବଡ ଅଭିଯୋଗ ଆଣିଛି ଇଡି । ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱଧୀନ ପାର୍ଟି ଆପ ବିଦେଶରୁ ବେଆଇନ ଭାବେ ୭ କୋଟି ଟଙ୍କା ପାଇଥିବା କହିଛି ଇଡିଛି । ୮ଟି ଦେଶରୁ ଦଳ କୋଟି କୋଟ ଟଙ୍କା ପାଣ୍ଠି ନେଇଥିବା ଇଡି ଗୃହମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ କହିଛି ତଦନ୍ତକାରୀ ସଂସ୍ଥା । କେବଳ ସେତିକି ନୁହେଁ ଯେଊଁମାନଙ୍କ ଠୁ ଆପ ଅନୁଦାନ ପାଇଛି ସେମାନଙ୍କ ପରିଚୟ ଦଳ ଲୁଚାଇଥିବା ଇଡି ଅଭିଯୋଗ କରିଛି । ଯାହା ଏଫସିଆରଏ, ଆଏଫଏ, ଆଇପିସି ଧାରା ଉଲଙ୍ଘନ କରୁଛି । ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ସାଉଦୀ ଆରବ, ୟୁଏଇ, କୁଏତ୍, ଓମାନ ଭଳି ଦେଶରୁ ଆପ୍ ଏହି ଅନୁଦାନ ପାଇଛି । ଏନେଇ ଇଡି କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଅବଗତ କରିଛି । କିନ୍ତୁ ଇଡିର ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛି ଆମ ଆଦମୀ ପାର୍ଟି ।