ମଧ୍ୟପ୍ରଦେଶ ଇନ୍ଦୋର-ଖରଗୋନରେ ବସ ଦୁର୍ଘଟଣା, ୧୩କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ।

122

କନକ ବ୍ୟୁରୋ: ନଦୀକୁ ଖସିଲା ଯାତ୍ରୀବୀହ ବସ୍ । ମଧ୍ୟପ୍ରଦେଶର ଧର ଜିଲ୍ଲାର ଇନ୍ଦୋର-ଖରଗୋନ ମଧ୍ୟରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ସକାଳ ୧୦ ରୁ ୧୦.୧୫ ମଧ୍ୟରେ ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଏହି ବସ୍ ଇନ୍ଦୋରରୁ ମହାରାଷ୍ଟ୍ରର ଅମାଲନର୍ ଯାଉଥିଲା । ବସ୍ରେ ମହିଳା ଏବଂ ଶିଶୁଙ୍କ ସମେତ ୫୫ ଜଣ ଯାତ୍ରୀ ଥିଲେ । ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଉଦ୍ଧାର କରାଯାଇଛି । ଏଥିମଧ୍ୟରେ ୮ ପୁରୁଷ, ୪ ମହିଳା ଏବଂ ଜଣେ ଶିଶୁ ରହିଛନ୍ତି  ।

ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ମଧ୍ୟ ୧୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ଦାବି କରିଛନ୍ତି । ତେବେ ମୃତକଙ୍କ ପରିଚୟ ଜଣାପଡିନାହିଁ । ବ୍ରିଜ ଉପରେ ବସଟି ଓଭରଟେକ୍ କରିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ନଦୀକୁ ଖସିପଡିଥିବା ସୂଚନା ରହିଛି । ଦୁର୍ଘଟଣାର ଶିକାର ହୋଇଥିବା ବସଟି ମହାରାଷ୍ଟ୍ର ରାଜ୍ୟ ପରିବହନ ବିଭାଗର  । ଉଭୟ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଫୋନରେ କଥା ହୋଇଛନ୍ତି । ଘଟଣାସ୍ଥଳରୁ ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ୮୦ କିଲୋମିଟର ଦୂରରେ ରହିଛି । ଜିଲ୍ଲାପାଳ, ଏସପି ପହଞ୍ଚି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । ସେହିପରି ଏନଡିଆରଏଫ ଟିମ୍ ପହଞ୍ଚି ନଦୀରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି ।