ଶିକ୍ଷକ ପିଟିଲେ ବୋଲି ବ୍ୟାଗରେ ବନ୍ଧୁକ ଧରି ସ୍କୁଲରେ ପହଂଚିଗଲା ଛାତ୍ର । ଜାଣନ୍ତୁ ତା ପରେ କଣ ହେଲା

201

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଆସିଛି କିଛି ଚକିତ କରିଦେବା ଭଳି ଖବର । ଲଠାରେ ଜଣେ ଦଶମଶ୍ରେଣୀର ଛାତ୍ର ବ୍ୟାଗରେ ବନ୍ଧୁକ ନେଇ ପହଂଚିଗଲେ । ହେଲେ ଚେକିଂ ଚାଲିଥିବାରୁ ଛାତ୍ର ଜଣଙ୍କ ଧରାପଡିଯାଇଛନ୍ତି । ଏହାପରେ ସ୍କୁଲ ତରଫରୁ ଛାତ୍ରଙ୍କୁ ଧରି ଥାନାରେ ଦେଇଛି । ସେପଟେ ପୋଲିସ ଏବେ ବେଆଇନ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ ଜଣେ ୧୫ ବର୍ଷର ଛାତ୍ର ଅବ୍ଦଲପୁର ସ୍କୁଲରେ ଦଶମ ଶ୍ରେଣୀରେ ପଢୁଛି । କୌଣସି କାରଣରୁ ସ୍କୁଲରେ ଜଣେ ଶିକ୍ଷକ ତାଙ୍କୁ ମାଡ ମାରିଥିଲେ । ଏହାପରେ ଛାତ୍ର ଜଣଙ୍କ ରାଗିଯାଇ ତା ପରଦିନ ସ୍କୁଲ ଆସିବା ବେଳେ ବ୍ୟାଗରେ ଏକ ବନ୍ଧୁକ ଧରି ସ୍କୁଲ ପହଂଚିଯାଇଥିଲେ । ହେଲେ ସ୍କୁଲରେ ଚେକିଂ ଚାଲିଥିବାରୁ ପିଲା ଜଣଙ୍କ ବନ୍ଧୁକ ସହ ଧରାପଡିଯାଇଛି ।

ସେପଟେ ଛାତ୍ର ଜଣଙ୍କୁ ପୋଲିସ ପଚରା ଉଚରା କରିବା ପରେ ଜଣାପଡିଛି କି ଛାତ୍ର ଜଣଙ୍କ ଅନ୍ୟଜଣେ ଲୋକଠାରୁ ଏହି ବନ୍ଧୁକ କିଣିଛି । ଏହାପରେ ପୋଲିସ ବନ୍ଧୁକ ବିକ୍ରି କରିଥିବା ଛାତ୍ର ଜଣଙ୍କୁ ବି ଗିରଫ୍ କରିଛି । ଏନେଇ ଉଭୟଙ୍କ ନାମରେ ମାମଲା ରୁଜୁ ହୋଇଥିବା କଥା ଜଣାପଡିଛି ।

କହିରଖୁ କି ଏହା ପୂର୍ବରୁ ବି ଝାଡଖଣ୍ଡର ଦୁମକାର ଜଣେ ଛାତ୍ର ଜଣେ ଶିକ୍ଷକଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ମାଡ ମାରିଥିଲା । ଏହାର ଭିଡିଓ କରି ଛାତ୍ର ଜଣଙ୍କ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଛାତ୍ର ଜଣଙ୍କ କହିଥିଲେ କି ପ୍ରାକ୍ଟିକାଲ ପରୀକ୍ଷାରେ ଶିକ୍ଷକ ଜଣଙ୍କୁ ତାଙ୍କୁ ଠିକ୍ ନମ୍ବର ନଦେବାରୁ ସେ ପରୀକ୍ଷାରେ ଫେଲ ହୋଇଯାଇଥିଲେ । ଏହି କାରଣରୁ ସେ ଶିକ୍ଷକଙ୍କ ଉପରେ ଏଭଳି ପ୍ରତିଶୋଧ ନେଇଥିଲା ।