ମଣ୍ଡିରେ ଦେଖିବାକୁ ମିଳୁଛି ମାଳମାଳ ସମସ୍ୟା, କିନ୍ତୁ ମନ୍ତ୍ରୀ କହୁଛନ୍ତି ସବୁ ଠିକ୍ ଚାଲିଛ। ଭେଳିକି ଦେଖାଉଥିବା ଅଭିଯୋଗ ଆଣିଲେ ତାରା।

66

କନକ ବ୍ୟୁରୋ: ଧାନ ବିକ୍ରି କରିବାକୁ ବଢ଼ୁଛି ଚାଷୀଙ୍କ ଚିନ୍ତା । ମଣ୍ଡି ଖୋଲୁନଥିବା ବେଳେ ଲୋକେ ମଣ୍ଡି ବାହାରେ ଧାନ ରଖିଥିବା ଦେଖିବାକୁ ମିଳୁଛି । ପ୍ରତିବର୍ଷ ସମାନ ସମସ୍ୟା ଦେଇ ଚାଷୀ ଗତି କରୁଛନ୍ତି । କଷ୍ଟକରି କରିଥିବା ଧାନକୁ ଶେଷରେ ଦଲାଲଙ୍କୁ ବିକ୍ରି କରୁଛନ୍ତି ଚାଷୀ । ହେଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ରାଜ୍ୟରେ ଆଉ ମଣ୍ଡି ସମସ୍ୟା ରହିବ ନାହିଁ । ମଣ୍ଡିରେ ଚାଷୀଙ୍କ ଆଉ ପଇସା ଅଟକି ନାହିଁ । ଚାଷୀ ଟଙ୍କା ପାଇସାରିଛନ୍ତି ଆଉ ଯାହା ବାକି ରହିଛି ତାଙ୍କ ନଜରକୁ ଆଣନ୍ତୁ ବୋଲି ଜୟପୁରରେ ଆୟୋଜିତ ହେଉଥିବା କୃଷିମେଳାରେ ଯୋଗଦେଇ କହିଛନ୍ତି ମନ୍ତ୍ରୀ । ଏହା ସହ ସେ କହିଛନ୍ତି ନବୀନ ସରକାର ଥିଲେ ସବୁ ସମ୍ଭବ । କୃଷିର ବିକାଶ ପାଇଁ ସବୁବେଳେ ସରକାର ତତ୍ପର ।

ସେପଟେ ମନ୍ତ୍ରୀଙ୍କ ଏଭଳି ବୟାନକୁ ଟାର୍ଗେଟ କରିଛନ୍ତି ଜୟପୁର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି । କହିଛନ୍ତି ଏସବୁ ଭୋଟ ପାଇଁ ଖେଳ । ଆଗକୁ ନିର୍ବାଚନ ଆସୁଛି ତେଣୁ ଚାଷୀ ମନେପଡ଼ୁଛନ୍ତି । ଜ୍ିଲ୍ଳାରେ ଉତ୍ପାଦନ ହେଉଥିବା ପନିପରିବା ବାହାର ରାଜ୍ୟକୁ ଯାଉଛି । ମଣ୍ଡି ର ଧାନ ସବୁ ଦଲାଲ ନେଉଛନ୍ତି । ଏଠି ଚାଷୀ ପାଉଛି କ’ଣ ବୋଲି କହିଛନ୍ତି ତାରା ।