ପୁରୀ ଅନ୍ତିକେରା ଗାଁରୁ ଆସିଲା ଚାଷୀଙ୍କ ସମସ୍ୟାର ଚିତ୍ର। ଜମିକୁ ପାଣି ମଡ଼ାଇବାକୁ ଅଣ୍ଟା ଭିଡ଼ିଲେ ଗାଁଲୋକ।

47

କନକ ବ୍ୟୁରୋ: ଶୁଣିଲାନି ଜଳସେଚନ ବିଭାଗ । ଜମିକୁ ପାଣି ମଡ଼ାଇବାକୁ ଅଣ୍ଟା ଭିଡ଼ିଲେ ଗାଁଲୋକ । ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏକାଠି ହୋଇ ଖୋଳିଲେ ୨ କିଲୋମିଟର କେନାଲ । ଆଶା ଜମିକୁ ପାଣି ମାଡ଼ିଲେ ଫସଲ ବଞ୍ଚିଯିବ । ନଚେତ ଧାର କରଜର କରିଥିବା ରୁଣ କେମିତି ସୁଝିବେ । ବାରମ୍ବାର ଜମିକୁ ପାଣି ମାଡ଼ୁନଥିବା ଅଭିଯୋଗ ନେଇ ଜଳସେଚନ ବିଭାଗର ଦ୍ୱାରସ୍ତ ହୋଇଥିଲେ ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତିକେରା ଗାଁଲୋକ । ହେଲେ କୌଣସି ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ । ଗାଁ ଲୋକ ଧାର କରଜ, ହାତ ଉଦ୍ଧାରି କରି ସମ୍ରାଟ, ବିଣାଏଗାର, ଆନ୍ଦରା, ପାରିଜାତ, ଧଳାଚମ୍ପା, ଲଖେହିରା, ସୁମା ଭଳି ଅନେକ ପ୍ରଜାତିର ଧାନ ଫସଲ କରିଛନ୍ତି ଶହ ଶହ ଚାଷୀ । ହେଲେ ବିଲରେ ପାଣି ନଥିବାରୁ ଧାନ ଗଛ ନଷ୍ଟ ହେବାକୁ ବସିଲାଣି । ଧାନ ବିଲ ଫାଟି ଆଁ କରିଛି । କେନାଲ ଭରସାରେ ରହିଥିବା ଚାଷୀ ଏବେ ନିରାଶ । ଦଳ ଓ ମାଟି ପୋତି ହୋଇ ରହିଥିବା ହେତୁ ଆସୁନାହିଁ କେନାଲରେ ପାଣି । ଯାହାପାଇଁ ଅନେକ ଅସୁବିଧା ରେ ସମୁଖିନ ହେଉଛନ୍ତି ସହ ସହ ଚାଷୀ । ତେଣୁ ନିଜେ ଏକାଠି ହୋଇ କେନାଲ ସଫା କରୁନ୍ତି ଜମିକୁ ପାଣି ମଡ଼ାଇବାକୁ ।