ଆୟକର ଦାତାଙ୍କ ପାଇଁ ବଡ ଖବର । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମା ଅପରିବର୍ତ୍ତିତ 

410

କନକ ବ୍ୟୁରୋ:  ଆୟକର ଦାତାଙ୍କ ପାଇଁ ବଡ ଖବର । ଚଳିତ ବର୍ଷର ବଜେଟରେ ଆୟକର ଛାଡ ସୀମାକୁ ଅପରିବର୍ତ୍ତିତ ରଖାଯାଇଛି । ଅର୍ଥାତ ଆୟକର ଛାଡ ସୀମାରେ କୌଣସି ପ୍ରକାର ପରିବର୍ତ୍ତନ ଏଥର ଦେଖିବାକୁ ମିଳିନି । ଆଉ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମାରେ କୌଣସି ପରିବର୍ତ୍ତନ କରିନାହାଁନ୍ତି କେନ୍ଦ୍ର ସରକାର । ତେଣୁ ବାର୍ଷିକ ଅଢେଇ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦାତାଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ହେଲେ ବାର୍ଷିକ ଅଢେଇ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କୁ ଟିକସ ଦେବାକୁ ପଡିବ । ତେବେ ଅଢେଇ ଲକ୍ଷରୁ ୫ ଲକ୍ଷ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ୫ ପ୍ରତିଶତ ଧାର୍ଯ୍ୟ ହୋଇଥିବାବେଳେ ଅନ୍ୟ ବର୍ଗ ପାଇଁ ଭିନ୍ନ ଭିନ୍ନ ଆୟକର ରହିଛି ।  ଅନ୍ୟପଟେ କର୍ମଚାରୀଙ୍କ ପେନସନରେ ଟିକସ ଛାଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାସହ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ଟିକସକୁ କୋହଳ କରାଯାଇଛି ।