ମନ୍ଦିରରେ ପୂଜା ପାଉଛନ୍ତି ମୋଦି : ତାମିଲନାଡୁର କୃଷକ ତିଆରି କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ଦିର , ପ୍ରତିଦିନ ସକାଳୁ କରୁଛନ୍ତି ପୂଜା

238

ତାମିଲନାଡୁରେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ତାଙ୍କ ପ୍ରଶଂସକ ନିର୍ମାଣ କଲେ ମୋଦୀଙ୍କ ମନ୍ଦିର । ପ୍ରଶଂସକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାମ କରିବାର ଶୈଳୀରେ ଅନୁପ୍ରାଣିତ ହୋଇ ନିଜ ଚାଷ ଜମିରେ ମୋଦିଙ୍କ ମନ୍ଦିର ନିର୍ମାଣ କରିଛନ୍ତି । ଯାହାର ଉଚ୍ଚତା ପାଖାପାଖି ୨ଫୁଟ । ଏହି ମନ୍ଦିିରରେ ମୋଦିଙ୍କର ଏକ ମୂର୍ତ୍ତି ସହ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କର ମଧ୍ୟ ଫଟୋ ରହିଛି ।

ଏଥି ସହିତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପଲାନୀସ୍ୱାମୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ସ୍ଥାନ ପାଇଛି । ତାମିଲନାଡୁର ତିରୁଚିରାପ୍ପାଲି ନିକଟରେ ଥିବା ଏକ ଗାଁରେ ଏହି ମନ୍ଦିର ଅଛି । ପ୍ରତିଦିନ ସକାଳେ ଶଙ୍କର ଏହି ମନ୍ଦିରକୁ ଯାଇ ପୂଜା କରନ୍ତି ।

୫୦ ବର୍ଷ ବୟସ୍କ ଚାଷୀ ପି.ଶଙ୍କର ଗତ ସପ୍ତାହରେ ଏହି ମନ୍ଦିିରର ଶୁଭାରମ୍ଭ କରିଛନ୍ତି । ତିରୁଚିରାପ୍ପାଲିଠାରୁ ୬୩ କିମି ଦୂର ଏକ ଗାଁରେ ନିର୍ମିତ ଏହି ମନ୍ଦିରରେ ସେ ପ୍ରତିଦିନ ଆରତୀ କରିଥାନ୍ତି । ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ଭଳି ଜନମଙ୍ଗଳକାରୀ ଯୋଜନା ପାଇଁ ଏହି ଚାଷୀ ଜଣଙ୍କ ଲାଭ ପାଉଥିବା ସେ ମତ ଦେଇଛନ୍ତି । ସୂଚନା ମୁତାବକ ଶଙ୍କର ଗାଁରେ କିଷାନ ସଂଘର ଅଧ୍ୟକ୍ଷ ମଧ୍ୟ ଅଛନ୍ତି ।