କର୍ଣ୍ଣାଟକ ରାଜନୀତିରେ ଟୁଇଷ୍ଟ୍ : ଚିନ୍ତା ବଢାଇଲେ ଆଶାୟୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଡିକେ ଶିବକୁମାର; ଅସୁସ୍ଥତା ଦର୍ଶାଇ ବାତିଲ କଲେ ଦିଲ୍ଲୀ ଗସ୍ତ

269

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ ଟୁଇଷ୍ଟ୍ । ଚିନ୍ତା ବଢାଇଲେ ଆଶାୟୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଡିକେ ଶିବକୁମାର । ବାତିଲ ଗଲେ ଦିଲ୍ଲୀ ଗସ୍ତ । କିଏ ହେବ କଂଗ୍ରେସ ମୁଖ୍ୟମନ୍ତ୍ରୀ , ସେ ନେଇ ଏବେ ବି ସସପେନ୍ସ ଜାରି ରହିଛି । ଏହା ପୂର୍ବରୁ ହଠାତ୍ ଅସୁସ୍ଥତା କାରଣ ଦେଖାଇ ଦିଲ୍ଲୀ ଗସ୍ତ ବାତିଲ କରିଛନ୍ତି ଶିବକୁମାର । ସିଦ୍ଦରମୈୟା ନା ଶିବକୁମାର କାହାକୁ ବଛାଯିବ, ସେନେଇ ବେଙ୍ଗାଲୁରରେ କୌଣସି ନିଷ୍ପତ୍ତି ହୋଇନପାରିବାରୁ ଉଭୟ ନେତାଙ୍କୁ ଦିଲ୍ଲୀ ଡକାଯାଇଥିଲା ।

ଦିଲ୍ଲୀରେ ମନ୍ଥନ ଚାଲିଥିବା ବେଳେ ସିଦ୍ଦରମେୟା ଦିଲ୍ଲୀ ପହଞ୍ଚିଛନ୍ତି । କିନ୍ତୁ ଶିବକୁମାର ନଯିବାକୁ ନେଇ ଅଡୁଆରେ ପଡିଯାଇଛନ୍ତି କଂଗ୍ରେସ ହାଇକମାଣ୍ଡ । ବିବାଦର ସମାଧାନ ପାଇଁ ରାଜ୍ୟର ରାଜ୍ୟର ପର୍ଯ୍ୟବେକ୍ଷକ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସିଦ୍ଦରମୈୟା ଦିଲ୍ଲୀରେ ପହଞ୍ଚିଥିଲେ ବି ଶିବକୁମାର ଆଜି ଅସୁସ୍ଥତା କାରଣରୁ ଦିଲ୍ଲୀ ଆସିନାହାନ୍ତି ।

ତେବେ ଶିବକୁମାର କହିଛନ୍ତି, ସେ କୌଣସି ଗେମ ଖେଳୁନାହାଁନ୍ତି । ଦଳ ଯେଉଁ ପଦବୀ ଚାହିବ ତାହା ଦେଇପାରିବ । ସମସ୍ତ ୧୩୫ ବିଧାୟକଙ୍କ ସମର୍ଥନ ତାଙ୍କ ସହ ଥିବା କହିଛନ୍ତି ଶିବକୁମାର । ତେବେ ଶିବକୁମାର ସିଦ୍ଦରମେୟାଙ୍କୁ ‘ଅଲ ଦ ବେଷ୍ଟ’ କହି ଶୁଭେଚ୍ଛା ଜଣାଇଛନ୍ତି । ଯାହାକୁ ନେଇ ଅଧିକ ସସପେନ୍ସ ବଢିଛି । କର୍ଣ୍ଣାଟକ କଂଗ୍ରେସରେ ସବୁକିଛି ଠିକ୍ ନଥିବା ଏଥିରୁ ସ୍ପଷ୍ଟ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ବାଛିବା ହାଇକମାଣ୍ଡଙ୍କ ନିଷ୍ପତି ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ।