ଆଜି ଅପରାହ୍ନରେ ଯୁକ୍ତ ଦୁଇ ପରୀକ୍ଷାଫଳ । ଅପରାହ୍ନରେ ପ୍ରକାଶ ପାଇବ ରେଜଲ୍ଟ ।

1,641

କନକ ବ୍ୟୁରୋ: ସେପଟେ ଆଜି ଅପରାହ୍ନରେ ଯୁକ୍ତ ଦୁଇ ପରୀକ୍ଷାଫଳ ମଧ୍ୟ ପ୍ରକାଶିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ କରାଯିବ । ଅପରାହ୍ନ ୩ଟା ସମୟରେ ପରିଷଦ କାର୍ଯ୍ୟାଳୟରେ ଗଣଶିକ୍ଷା ବିଭାଗ ଓ ପରିଷଦ ଅଧିକାରୀଙ୍କ ଉପସ୍ଥିତିରେ ଫଳ ପ୍ରକାଶିତ କରାଯିବ । ଏହାପରେ ଛାତ୍ରଛାତ୍ରୀ ମାନେ orissaresults.nic.in.  ମାଧ୍ୟମରେ ନିଜ ନିଜର ପରୀକ୍ଷାଫଳ ଜାଣିପାରିବେ । ଏହା ସହିତ ଇ-ସ୍ପେସ ଓ ଡିଜିଲକର ମାଧ୍ୟମରେ ମଧ୍ୟ ଫଳାଫଳ ଜାଣିପାରିବେ ଛାତ୍ରଛାତ୍ରୀ ।

ଚଳିତ ବର୍ଷ ପରୀକ୍ଷା ଦେଇଛନ୍ତି ମୋଟ ୩ଲକ୍ଷ ୮୬ହଜାର ୨୫୦ ଜଣ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରେ ୩ଲକ୍ଷ ୬୦ହଜାର ୧୯୮ ଜଣ ରେଗୁଲାର ଏବ ୨୬ହଜାର ୫୨ ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି । କଳା ବିଭାଗରେ ୨ଲକ୍ଷ ୩୭ହଜାର ୭୫୦, ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ହଜାର ୮୯ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୭୯୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମୋଟ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ୧ଲକ୍ଷ ୯୯ହଜାର ୩୬୧ଜଣ ଛାତ୍ର ଓ ୧ଲକ୍ଷ ୮୬ ହଜାର ୮୮୯ ଜଣ ଛାତ୍ରୀ ରହିଛନ୍ତି ।