ତୃତୀୟ ପର୍ଯ୍ୟାୟରେ ଭୋଟ ଦେଲା ଓଡ଼ିଶା । ଲୋକସଭାରେ ସମ୍ବଲପୁରରେ ସର୍ବାଧିକ ଭୋଟିଂ ଏବଂ ବିଧାନସଭାରେ ଆଠମଲ୍ଲିକରେ ସର୍ବାଧିକ ମତଦାନ ।

200

କନକ ବ୍ୟୁରୋ: ଓଡ଼ିଶାରେ ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଇଭିଏମରେ ସିଲ୍ ହେଲା ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ତୃତୀୟ ପର୍ଯ୍ୟାୟରେ ମୋଟ ୭୧ ପ୍ରତିଶତ ମତଦାନ ହୋଇଛି । କଟକ, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଓ ଏହା ଅଧିନସ୍ଥ ସମସ୍ତ ୪୨ଟି ବିଧାନସଭା କ୍ଷେତ୍ରରେ ମତଦାନ ଶେଷ ହୋଇଛି । ଲୋକସଭା ଆସନ ଗୁଡ଼ିକ ମଧ୍ୟରେ ସମ୍ବଲପୁରରେ ସର୍ବାଧିକ ୭୬.୬୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୬୨ ପ୍ରତିଶତ ମତଦାନ ହୋଇଛି ।

ସେହିଭଳି କଟକରେ ୬୭.୩୬%, ଢେଙ୍କାନାଳରେ ୭୩.୬୯%, କେନ୍ଦୁଝରରେ ୭୩.୩୦ ଏବଂ ପୁରୀରେ ୭୩.୮୧ ପ୍ରତିଶତ ମତଦାନ ହୋଇଛି । ସେହିପରି ବିଧାନସଭା ଆସନ ଗୁଡିକ ମଧ୍ୟରେ ଅନୁଗୁଳ ଆଠମଲ୍ଲିକରେ ସର୍ବାଧିକ ୮୫.୪୨ ପ୍ରତିଶତ ଭୋଟି ହୋଇଥିବା ବେଳେ ଭୁବନେଶ୍ୱର ଉତରରେ ସବୁଠୁ କମ୍ ୫୧ ପ୍ରତିଶତ ଓ ଭୁବନେଶ୍ୱର ମଧ୍ୟରେ ୫୧.୧୯ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।