୨୯ରେ ଓଡିଶା ଆସୁଛନ୍ତି ମୋଦୀ । ବାରିପଦାରେ ଜନସଭାକୁ କରିବେ ସମ୍ବୋଧନ ।

354

କନକ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ନିର୍ବାଚନୀ ପ୍ରଚାର ପାଇଁ ମୟୁରଭଞ୍ଜ ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହିତ ମୋଦି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହା ପୂର୍ବରୁ ବିଜେପିର ବରିଷ୍ଠ ତ୍ରିବେନ୍ଦ୍ର ସିଂ ରାୱତ ଓ ବିଜେପି ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି କାର୍ଯ୍ୟକ୍ରମ ସ୍ଥଳକୁ ଯାଇ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ ସେନେଇ ଉଭୟ ନେତା ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।