ରେଡିଓ ଚକଲେଟ୍ ୧୦୪ ଏଫଏମକୁ ପୂରିଲା ୧୬ ବର୍ଷ । ଷୋଳ ପାଲା ଆୟୋଜନ କଲା ରେଡିଓ ଚକଲେଟ ।

69

କନକ ବ୍ୟୁରୋ: ରେଡିଓ ଚକଲେଟର ଷୋଳ ପାଲା । ୧୬ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଉତ୍ସବ ପାଳନ କରିଛି ରେଡିଓ ଚକଲେଟ୍ ୧୦୪ ଏଫଏମ୍ । ଓଡ଼ିଆ ଘରେ ପିଲାଙ୍କୁ ଷୋଳ ବର୍ଷ ପୂରିଲେ ଯେପରି ଷୋଳ ପୂଜା ହୋଇଥାଏ, ସେହିପରି ସମ୍ବାଦ ଭବନ ପରିସରରେ ଷୋଳ ପାଲା ଅନୁଷ୍ଠିତ ହୋଇଛି । ବିଶିଷ୍ଟ ପାଲା ଗାୟକ ନିଶିକାନ୍ତ ପଣ୍ଡା, ୨୦୦୭ରୁ ଆଜି ପର୍ଯ୍ୟନ୍ତ ରେଡିଓ ଚକଲେଟର ଯାତ୍ରାକୁ ପାଲା ମାଧ୍ୟମରେ ପରିବେଷଣ କରିଥିଲେ । ଓଡ଼ିଆ ଭାଷା, ଓଡ଼ିଶା ବୀରପୁତ୍ରଙ୍କ କାହାଣୀକୁ ମଧ୍ୟ ପାଲା ମାଧ୍ୟମରେ କୁହାଯାଇଥିଲା । ଏହି ଉତ୍ସବରେ ରେଡିଓ ଚକଲେଟ୍ ସମେତ ସମ୍ବାଦ ପରିବାରର ସଦସ୍ୟ ସାମିଲ ହୋଇଥିଲେ । ସମ୍ବାଦ ଗ୍ରୁପର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ବରିଷ୍ଠ କର୍ମକର୍ତ୍ତାମାନେ ଏଥିରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।