ଆମ୍ବୁଲାନ୍ସ ନଆସିପାରିବାରୁ ଗଲା ପ୍ରସୂତିଙ୍କ ଜୀବନ । ଖରାପ ରାସ୍ତା ଯୋଗୁଁ ଅଧବାଟରେ ଅଟକିଥିଲା ଆମ୍ବୁଲାନ୍ସ ।

189

କନକ ବ୍ୟୁରୋ: ଆମ୍ବୁଲାନ୍ସ ନଆସିପାରିବାରୁ ଗଲା ପ୍ରସୂତିଙ୍କ ଜୀବନ । ଘରଠାରୁ ପାଖାପାଖି ଦେଢ କିଲୋମିଟର ପ୍ରସୂତି ମହିଳାଙ୍କୁ ଟେକି ଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ ପରିବାର ଲୋକେ । ସେଠାରୁ ମେଡିକାଲ ଯିବା ଭିତରେ ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟଗଡ ବାଣିଗୋଛା କଣପାକୁ ଗାଁରେ ।

ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଅଧବାଟରେ ଅଟକିଥିଲା । ସୂଚନା ଅନୁସାରେ, ଶନିବାର ରାତିରେ ପ୍ରଦୀପ ମଲ୍ଲିକଙ୍କ ପତ୍ନୀ ସବିତାଙ୍କର ଗର୍ଭବେଦନା ଆରମ୍ଭ ହୋଇଥିଲା । ସେମାନେ ୧୦୮ ଆମ୍ବୁଲାନ୍ସ ଯୋଗଯୋଗ କରାଇଥିଲେ ବି ଘର ଯାଏଁ ଆମ୍ବୁଲାନ୍ସ ଯାଇପାରିନଥିଲା । ବାଧ୍ୟହୋଇ ପରିବାର ଲୋକେ ଟେକିଟେକି ଆମ୍ବୁଲାନ୍ସ ଯାଏଁ ନେଇଥିଲେ । ମେଡିକାଲ ନେବା ଭିତରେ ସବିତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ବି ଡାକ୍ତରଖାନାପହଞ୍ଚିବାବେଳକୁ ସବିତାଙ୍କର ମୃତ୍ୟୁ ହୋଇସାରିଥିଲା । ନବଜାତର ଚିକିତ୍ସା ଜାରି ରହିଥିବା ଜଣାପଡିଛି ।