୧୮୫ ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଲେ ସାହସୀ ଲେଡି ପାଇଲଟ୍ । ମଝି ଆକାଶରୁ ତୁରନ୍ତ ବିମାନକୁ କରିଥିଲେ ଅବତରଣ

269

କନକ ବ୍ୟୁରୋ : ୧୮୫ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଲେ ଲେଡି ପାଇଲଟ ମୋନିକା ଖନ୍ନା । ଦିଲ୍ଲୀ ପାଇଁ ଉଡାଣ ଭରିଥିବା ସ୍ପାଇସଜେଟ୍ ବିମାନରେ ମଝି ଆକାଶରେ ଅଚାନକ ନିଆଁ ଲାଗାଯାଇଥିଲା । ଯାହାକୁ ନେଇ ବିମାରେ ବସିଥିବା ସମସ୍ତ ଯାତ୍ରୀ ଆତଙ୍କିତ ହୋଇପଡିଥିଲେ । କେହି କେବେ ଭାବିନଥିଲେ କି, ସେମାନେ ସୁରକ୍ଷିତ ବିମାନରୁ ଉଦ୍ଧାର ହୋଇପାରିବେ ବୋଲି । କିନ୍ତୁ ଏଭଳି ପରିସ୍ଥିତିରେ ସାହସ ଦେଖାଇଥିଲେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଚିଫ୍ କଣ୍ଟ୍ରୋଲିଂ ଅଫିସର୍ ଚଞ୍ଚଳା ଏବଂ ପାଇଲଟ୍ ମୋନିକା ଖନ୍ନା ।
ଏହି କଠିନ ପରିସ୍ଥିତିରେ କ୍ୟାପ୍ଟେନ୍ ମୋନିକା ଖନ୍ନା କେବଳ ଯେ ସାହସ ଦେଖାଇଥିଲେ ତା ନୁହେଁ, ଲୋକଙ୍କୁ ସ୍ଥିର ଚିତ୍ତରେ ବସିବା ପାଇଁ ପରାମର୍ଶ ଦେଇଥିଲେ । ଏବଂ କଣ୍ଟ୍ରୋଲିଂ ଅଫିସର୍ ଚଞ୍ଚଳାଙ୍କ ସହ ଆଲୋଚନା କରି ତୁରନ୍ତ ଫ୍ଲାଇଟକୁ ଅବତରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଦୁଇ ଶଶକ୍ତ ମହିଳା ପାଇଲଟଙ୍କ ପାଇଁ ଆଜି ୧୮୫ ଜଣ ଯାତ୍ରୀ ନୂଆ ଜୀବନ ପାଇଛନ୍ତି । ଆଉ ଏବେ ଏହି ଦୁଇ ମହିଳା ପାଇଲଟଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ତେବେ ଆସନ୍ତୁ ଜାଣିବା ଗତକାଲି ବାସ୍ତବରେ କଣ ଘଟିଥିଲେ । କେମିତି ବିମାନରେ ନିଆଁ ଲାଗିଥିଲା ।
ବିହାର ପାଟନାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ । ଦିଲ୍ଲୀ ଯାଉଥିବା ବିମାନଟି ପାଟନା ଏୟାରପୋର୍ଟରେ ଜରୁରୀ ବିତରଣ କରିଥିଲା । ଏହି ବିମାନଟି ପାଟନା ଜୟପ୍ରକାଶ ଇଂଟରନେସନାଲ ଏୟାରପୋର୍ଟରୁ ଦିନ ୧୨ଟା ୧୦ରେ ଉଡାଣ ଭରିଥିଲା । ଟେକ୍ ଅଫ୍ ହେବାର କିଛି ମିନିଟ୍ ମଧ୍ୟରେ ଡେଣାରେ ନିଆଁ ଲାଗି ଯାଇଥିଲା । ବିମାନରେ ନିଆଁ ଲାଗିଥିବା ପ୍ରଥମେ ଲୋକେ ଦେଖିଥିଲେ । ଏହା ପରେ ତୁରନ୍ତ ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ । ପାଟନା ଏୟାରପୋର୍ଟକୁ ଏନେଇ ସୂଚନା ଦିଆଯିବା ପରେ ବିମାନକୁ ଫେରାଇ ଅଣାଯାଇଥିଲା । ଡିଜିସିଏର ସୂଚନା ଅନୁସାରେ ବିମାନରେ ଏକ ପକ୍ଷୀ ମାଡ ହୋଇଥିଲା । ଏହା ପରେ ବିମାନର ଗୋଟିଏ ଇଂଜିନ୍ ବନ୍ଦ ହୋଇଥିଲା । ଫଳରେ ବିମାନର ଜରୁରୀ ଅବତରଣ କରାଯାଇଥିଲା ।