‘ସମଶେରା’ର ଫଟୋ ଲିକ୍ । ନୂଆ ଲୁକରେ ନଜର ଆସିଲେ ରଣବୀର କପୁର

75

କନକ ବ୍ୟୁରୋ : ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ସମଶେରା’କୁ ଦର୍ଶକେ ବହୁ ଦିନରୁ ଅପେକ୍ଷା କରିଥିଲେ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ରହିଛି । ସମଶେରୀରେ ରଣବୀରଙ୍କ ଲୁକ୍ ଏବେ ଭାଇରାଲ ହେବାରେ ଲାଗିଛି । କିନ୍ତୁ କେହି ରଣବୀରଙ୍କ ଲୁକକୁ ଟ୍ୱିଟରରେ ଲିକ୍ କରିଥିବା ସୂଚନା । ଟ୍ୱିଟରରେ ଏବେ ହାସଟ୍ୟାଗ୍ ସମଶେରା ଟ୍ରେଣ୍ଡ ହେବାରେ ଲାଗିଛି । ଏହା ସହିତ ୟୁଜର୍ସ ରଣବୀରଙ୍କ ପୋଷ୍ଟର ମଧ୍ୟ ସେୟାର କରୁଥିବାର ଦେଖିବାକୁ ମିଳିଛି ।

ସମଶେରାରେ ରଣବୀର ଡକାୟତ ଭୂମିକାରେ ନଜର ଆସିବେ । ପୋଷ୍ଟରରେ ରଣବୀର ବେଶ୍ ଭୟାନକ ଦେଖାଯାଉଛନ୍ତି । ଲମ୍ବା ଧାଡି ଓ କେଶରେ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏହା ସହ ସେ ଚିରା ପୋଷାକ ପିନ୍ଧିଛନ୍ତି । ପୂର୍ବରୁ କେବେ ତାଙ୍କୁ ଏପରି ଲୁକରେ ଦେଖିବାକୁ ମିଳିଥିଲା । ପୋଷ୍ଟରରେ ଫିଲ୍ମର ଟ୍ୟାଗଲାଇନ୍- କରମ ସେ ଡକାୟତ, ଧର୍ମସେ ଆଜାଦ ଲେଖାଯାଇଥିବା ଦେଖିବାକୁ ମିଳିଛି । ପ୍ରଶଂସକଙ୍କୁ ରଣବୀରଙ୍କର ଏହି ଲୁକ୍ ପସନ୍ଦ ଆସିଛି ।

ଜଣେ ପ୍ରଶଂସକଙ୍କ କହିବାନୁସାରେ, ରଣବୀର ତାଙ୍କ ଚକଲେଟ୍ ବୟ ଇମେଜରୁ ବାହାରି ପାରିବେ ନାହିଁ ବୋଲି ସମସ୍ତଙ୍କୁ ଲାଗୁଥିଲା, କିନ୍ତୁ ଡକାୟତ ଲୁକରେ ସେ ଚମକ୍ରାର ଲାଗୁଛନ୍ତି । ତେବେ ସମଶେରାର ନିର୍ଦ୍ଦେଶନା ଦେଇଛନ୍ତି କରନ ମଲହୋତ୍ରା । ଏଥିରେ ରଣବୀରଙ୍କ ସହିତ ସଞ୍ଜୟ ଦତ୍ତ ଓ ବାଣୀ କପୁର ମଧ୍ୟ ଲିଡ୍ ରୋଲରେ ନଜର ଆସିବେ । ଫିଲ୍ମଟି ୨୨ଜୁଲାଇରେ ରିଲିଜ ହେବ ।