୧୮ ହଜାର ଫୁଟ୍ ସିଆଚିନ୍ ଡ଼ାକ୍ତରଖାନାକୁ ଉପହାରରେ ମିଳିଲା ଅକ୍ସିଜେନ୍ ପ୍ଲାଣ୍ଟ୍ ! ଯବାନଙ୍କୁ ଅମ୍ଲଜାନ ଯୋଗାଇବା ପାଇଁ ଦମ୍ପତି ବିକ୍ରି କଲେ ଗହଣା ।

386

ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧର ମଇଦାନ ସିଆଚିନ୍ ର ଡାକ୍ତରଖାନାକୁ ନିଜର ପ୍ରଥମ ଅକ୍ସିଜେନ୍ ପ୍ଲାଣ୍ଟ୍ ମିଳିସାରିଛି । ଯବାନଙ୍କ ପାଇଁ ତିଆରି ହୋଇଥିବା ଏହି ଡାକ୍ତରଖାନା “ସିୟାଚିନ୍ ହିଲର୍” କୁ ଏହି ପ୍ଲାଣ୍ଟ୍ ଉପହାର ସ୍ୱରୂପ ମିଳିଛି । ପାଖାପାଖି ୨୨ ହଜାର ଫୁଟ୍ ଉଚ୍ଚତାରେ ହାଡଭଙ୍ଗା ଶୀତରେ ଡ୍ୟୁଟି କରୁଥିବା ଯବାନଙ୍କ ଅବସ୍ଥାକୁ ଏହି କଥାରୁ ହିଁ ଆକଳନ କରାଯାଏ । ଅମ୍ଲଜାନ ଅଭାବରୁ ବେଳେବେଳେ ଶୋଇଥିବା ଅବସ୍ଥାରେ ହିଁ ଯବାନଙ୍କ ଜୀବନ ଚାଲିଯାଏ । ଏହି ଅକ୍ସିଜେନ୍ ପ୍ଲାଣ୍ଟ୍ କୁ ମହାରାଷ୍ଟ୍ରର ପୁଣେ ସ୍ଥିତ ଏନଜିଓ ‘ସୋଲ୍ଜର୍ସ ଇଣ୍ଡିପେଣ୍ଡେଣ୍ଟ୍ ରିହେବ୍ଲିଟେସନ୍ ଫାଉଣ୍ଡେସନ୍’ ପକ୍ଷରୁ ଡାକ୍ତରଖାନାକୁ ଉପହାରରେ ଦିଆଯାଇଛି । ଏହି ଏନଜିଓର ସଂସ୍ଥାପକ ଦମ୍ପତି ସୁମିଧା ଏବଂ ଯୋଗେଶ୍ ଚିତାଡେ ଟଙ୍କା ଜମା କରିବା ପାଇଁ ନିଜ ଗହଣା ମଧ୍ୟ ବିକ୍ରି କରି ଦେଇଥିଲେ । ଲେଫ୍ଟିନାଣ୍ଟ୍ ଜେନେରାଲ୍ ୱାଇ ଜୋଶୀ ସଂସ୍ଥା ଅଧ୍ୟକ୍ଷ ଯୋଗେଶ୍ ଚିତାଡେଙ୍କ ଉପସ୍ଥିତିରେ ହିଁ ଉଦଘାଟନ କରିଥିଲେ ।

ଗ୍ରୀଷ୍ମରେ ତାପମାନ ୩୫ ଡିଗ୍ରୀ ଥାଏ : ସିୟାଚିନ୍ ର ସବୁଠାରୁ ଦୁଃଖଦ କଥା ହେଉଛି ଏଠାରେ ପ୍ରଚଣ୍ଡ ଗରମରେ ମଧ୍ୟ ତାପମାନ ଶୂନରୁ ୩୫ ଡିଗ୍ରୀ ତଳକୁ ଥାଏ ଏବଂ ଶୀତରେ ଶୂନରୁ ୫୫ ଡିଗ୍ରୀ ତଳକୁ ଥାଏ । ଅତ୍ୟଧିକ ଶୀତ କାରଣରୁ ସେଠାରେ ଯବାନଙ୍କ ଡ୍ୟୁଟି କରିବା ବହୁତ କଷ୍ଟକର ହୋଇପଡେ ।

ଚଣ୍ଡିଗଡରୁ ପହଁଚାଯାଏ ସିଲିଣ୍ଡର : ସେନାର ଜଣେ ଅବସର ପ୍ରାପ୍ତ ଯବାନ ହେଉଛନ୍ତି ଯୋଗେଶ୍ ଚିତାଡେ । ସୂଚନା ଅନୁସାରେ , ଚଣ୍ଡିଗଡରୁ ଅମ୍ଲଜାନ ସିଲିଣ୍ଡର ୨୨ ହଜାର ଫୁଟ୍ ପର୍ଯ୍ୟନ୍ତ ପହଁଚାଯାଏ । ବେଳେବେଳେ ହେଲିକ୍ୟାପ୍ଟର ନଥିବା କାରଣରୁ ମଧ୍ୟ ଏହି କାମରେ ଅନେକ ଅସୁବିଧା ଉପୁଜେ ।