ତେଲ ସରିଯିବାରୁ ଅଧାବାଟରେ ଅଟକିଗଲା ଆମ୍ବୁଲାନ୍ସ । ପ୍ରସବ ବେଦନା ସହିନପାରି ବାରିପଦା ବାଙ୍ଗିରିପୋଷିରେ ଚାଲିଗଲା ପ୍ରସୂତିଙ୍କ ଜୀବନ

ଦୁନିଆ ଦେଖିବା ଆଗରୁ ପେଟ ଭିତରେ ଆଖିବୁଜିଲା ଶିଶୁ

868

କନକ ବ୍ୟୁରୋ: ହସ୍ପିଟାଲରେ ପହଚିଂପାରିଲାନି ଆମ୍ବୁଲାନ୍ସ । ଅଧା ବାଟରେ ଚାଲିଗଲା ମାଆ ଓ ଶିଶୁଙ୍କ ଜୀବନ । ଦୁନିଆ ଦେଖିବା ଆଗରୁ ମାଆ ପେଟରେ ଆଖି ବୁଜିଦେଲା ଶିଶୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦାରେ । ବାରିପଦା ବାଙ୍ଗିରିପୋଷି ହାଣୁଦାର ତୁଳସୀ ମୁଣ୍ଡାଙ୍କ ଗତକାଲି ରାତି ୧୧ଟା ବେଳେ ପ୍ରସବ ବେଦନା ହୋଇଥିଲା । ଏହା ପରେ ତାଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୂୁ ବାରିପଦା ମେଡିକାଲ ନେବାକୁ କହିଥିଲେ ।

ଏହା ପରେ ୧୦୮ ଆମ୍ବୁଲାନ୍ସ ନମିଳିବାରୁ ବାଙ୍ଗିରିପୋଷି ମେଡିକାଲର ଆମ୍ବୁଲାନ୍ସରେ ହିଁ ତାଙ୍କୁ ନିଆଯାଇଥିଲା । କିନ୍ତୁ ଅଧାବାଟରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା । ଫଳରେ ଘଂଟାଏରୁ ଦେଢ ଘଂଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସଟି ରାସ୍ତାରେ ଅଟକି ରହିଥିଲା । ଏହା ପରେ ଆଶା ଦିଦି ଆଉ ଏକ ଆମ୍ବୁଲାନ୍ସକୁ ଡାକିଥିଲେ । କିନ୍ତୁ ସେହି ଆମ୍ବୁଲାନ୍ସଟି ବି ପହଚାଂଇବାକୁ ଘଂଟାଏ ଲାଗିଥିଲା । ଫଳରେ ପ୍ରସବ ବେଦନା ସହିନପାରି ହସ୍ପିଟାଲ ପହଚିଂବା ପୂର୍ବରୁ ଚାଲିଯାଇଥିଲା ପ୍ରସୂତି ଓ ଶିଶୁର ଜୀବନ । ମେଡିକାଲ କୃର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭବ ଯୋଗୁଁ ତାଙ୍କ ସ୍ତ୍ରୀ ଓ ଛୁଆଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।