ପୋଲିସ୍ ର ଆଖି ସାମ୍ନାରେ ୩ ଘଣ୍ଟା ଜଳିଲେ ମହିଳା ! ଅଫିସରଙ୍କୁ ଅପେକ୍ଷା କରି ଲୋମଟାଙ୍କୁରା ଦୃଶ୍ୟକୁ ଦର୍ଶକ ଭଳି ଦେଖିଲା ପୋଲିସ୍ , ଛଟପଟ ହୋଇ ଜୀବନ ହାରିଲେ ମହିଳା

862

ରକ୍ଷକ ଯେତେବେଳେ ରକ୍ଷା ନ କରି ତାମସା ଦେଖେ ସେତେବେଳେ ଆଇନ୍ ଉପରୁ ଲୋକଙ୍କ ଭରସା ତୁଟିଯାଏ । ଆଉ ଏଭଳି ଏକ ଭରସା ହରାଇବା ଭଳି କାମ କରିଛି ମଧ୍ୟପ୍ରଦେଶର ମନ୍ଦସୋର୍ ପୋଲିସ୍ । ୨୨ ବର୍ଷର ଜଣେ ଯୁବତୀ ନିଜ ଉପରେ କିରାସିନି ଢାଳି ଛଟପଟ ହେଉଥିଲେ । କିଛି ସମୟ ପରେ ପୋଲିସ୍ ମଧ୍ୟ ଉକ୍ତ ସ୍ଥାନରେ ପହଁଚିଗଲା କିନ୍ତୁ ଝିଅଟିକୁ ନିଆଁ ହାବୁଡରୁ ବଂଚାଇବା ବଦଳରେ ପୋଲିସ୍ ବାହାରେ ବସି ଏହି ଦୃଶ୍ୟକୁ ଦେଖିବାକୁ ଲାଗିଲା ଏବଂ ଅନ୍ୟ କାହାରିକୁ ମଧ୍ୟ ଭିତରକୁ ପ୍ରବେଶ କରିବାକୁ ଦେଲା ନାହିଁ । ପାଖାପାଖି ୩ ଘଣ୍ଟା ପରେ ଏଫଏସଏଲର ଟିମ୍ ଉକ୍ତ ସ୍ଥାନରେ ପହଁଚିଲେ । ସେତେବେଳକୁ ଯୁବତୀଜଣକ ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ନିଆଁରେ ଜଳିଥିଲେ । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ସବୁ ସତ ସାମ୍ନାକୁ ଆସିଥିଲା ।

 

ଏଫଏସଏଲ ଅଧିକାରୀଙ୍କ ପହଁଚିବା ପରେ ନିଆଁକୁ ଲିଭାଯାଇଥିଲା । ଘଟଣାରେ ଉପସ୍ଥିତ ଥିବା ପୋଲିସ୍ ଏଫଏସଏଲ ଅଧିକାରୀଙ୍କୁ ଅପେକ୍ଷା କରିଥିଲେ ଏବଂ ଦୀର୍ଘ ୩ ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ନିଆଁରେ ଜଳିଥିଲା ପୀଡିତା । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଯୁବତୀଙ୍କ ୨ ବର୍ଷ ତଳେ ହିଁ ବିବାହ ହୋଇଥିଲା । ପଡୋଶୀଙ୍କ କହିବାନୁସାରେ , ସୂଚନା ପାଇବା କ୍ଷଣି ପୋଲିସ୍ କୁ ଡକାଯାଇଥିଲା । ଏହା ପୂର୍ବରୁ ପଡୋଶୀ କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ହୋଇଥିଲେ ।

ପୋଲିସ୍ କିଛି ସମୟ ପରେ ଘଟଣାସ୍ଥଳରେ ପହଁଚି କବାଟ ଭାଙ୍ଗିଥିଲେ ବି ନିଆଁ ଲିଭାଇବା ପାଇଁ ପ୍ରୟାସ କରିନଥିଲେ ଏବଂ  ଏଫଏସଏଲ ଅଧିକାରୀଙ୍କ ଅପେକ୍ଷା କରିଥିଲେ । ପୋଲିସ୍ ଲୋକଙ୍କୁ ଭିତରକୁ ଛାଡୁନଥିବାରୁ କେହି ଭିତରକୁ ମଧ୍ୟ ଯାଇ ନଥିଲେ । ଯଦି ଠିକ୍ ସମୟରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥାନ୍ତା ତେବେ ତାଙ୍କୁ ବଂଚାଯାଇପାରିଥାନ୍ତା ।