ଗୁଜୁରାଟ ଅହମଦାବାଦରେ ମହାପ୍ରଭୁଙ୍କ ରଥଯାତ୍ରା । ମୁଖ୍ୟମନ୍ତ୍ରୀ ପହଣ୍ଡି ନୀତି କରିବା ପରେ ବିଜେ କଲେ ୩ ରଥ ।

189

କନକ ବ୍ୟୁରୋ: ଆଜି ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଧର୍ମ, ବର୍ଣ୍ଣ, ଜାତି ନିର୍ବିଶେଷରେ ସବୁ ଭକ୍ତଙ୍କୁ ଦର୍ଶନ ଦେବାକୁ ୩ ରଥରେ ବଡ ଭାଇ, ଭଉଣୀଙ୍କ ସହ ବିଜେ କରୁଛନ୍ତି ବିଶ୍ୱ ନିୟନ୍ତା ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ଭକ୍ତିରେ ବିଭୋର ସାରା ବିଶ୍ୱବାସୀ । ତେଣୁ କେବଳ ଓଡିଶାରେ ନୁହେଁ ଦେଶର ଅନେକ ରାଜ୍ୟରେ ମଧ୍ୟ ଅନୁଷ୍ଠିତ ହେଉଛି ରଥଯାତ୍ରା । ଏହି କ୍ରମରେ ଗୁଜୁରାଟ ଅହମଦାବାଦରେ ମଧ୍ୟ ଅନୁଷ୍ଠିତ ହେଉଛି ରଥଯାତ୍ରା । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ଆସି ୩ ରଥରେ ପହଣ୍ଡି ନୀତି କରିବା ପରେ ଟଣା ହୋଇଛନ୍ତି ୩ ରଥ ।

ଭକ୍ତମାନେ ୩ ରଥକୁ ଟାଣିବା ପୂର୍ବରୁ ହୋଇଥିଲା ୩ ଦିଅଁଙ୍କ ମଙ୍ଗଳ ଆଳତି । ଗୃହମନ୍ତ୍ରୀ ଅମିତ ଶାହ ସପରିବାରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସପରିବାର ଯାଇ ଦର୍ଶନ କଲେ ଗୃହମନ୍ତ୍ରୀ ଅମିତ ଶାହା । ୩୦ କିଲୋମିଟର ଯାଏଁ ହେବାକୁ ଥିବା ଏହି ରଥଯାତ୍ରା ପାଇଁ ମାସକ ପୂର୍ବରୁ ପ୍ରସ୍ତୁତି ଚାଲିଥିଲା । ଶୃଙ୍ଖଳିତ ରଥଯାତ୍ରାପାଇଁ ଏଠାରେ ୨୫ ହଜାର ପୁଲିସ ଅଧିକାରୀ ଓ ଯବାନ୍ ମୁତୟନ ହୋଇଛନ୍ତି । ସୂଚନା ମୁତାବକ, ଦେଶର ଦ୍ୱିତୀୟ ବଡ ରଥଯାତ୍ରାରେ ଅହମଦାବାଦରେ ହେଉଛି । ସକାଳ ୭ଟାରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ପହଣ୍ଡି ବିଧି କରିବା ପରେ ୩ ରଥ ଟଣା ହୋଇଛନ୍ତି ।