ଜିମରେ ବ୍ୟାୟାମ କଲେ ପ୍ରଧାନମନ୍ତ୍ରୀ, ଭିଡିଓ ହେଉଛି ଭାଇରାଲ

156

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମେରଠରେ ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏକ ସ୍ପୋର୍ଟସ ୟୁନିଭରସିଟିର ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଜିମରେ ବ୍ୟାୟାମ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

ପ୍ରଧାନମନ୍ତ୍ରୀ ମେରଠରେ ପହଂଚି ସ୍ପେର୍ଟସ୍ ୟୁନିଭରସିଟିର ଶିଳାନ୍ୟାସ କରିବା ପୂର୍ବରୁ ସେଠିକାର ସ୍ଥିତି ବାବଦରେ ସମୀକ୍ଷା କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ମେସିନ ଉପରେ ବସି ଚେଷ୍ଟ ପ୍ରେସ ବ୍ୟାୟାମ କରିଥିଲେ । ପ୍ରଧାନମନ୍ତ୍ରୀଙ୍କର ଏହି ଭିଡିଓ ଏବେ ବେସ୍ ଭାଇରାଲ ହେଉଛି ।

କହିରଖୁ କି ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ ବି ଫିଟନେସକୁ ନେଇ ଦେଶବାସୀଙ୍କୁ ବିଭିନ୍ନ ସମୟରେ ସଚେତନ କରାଇଛନ୍ତି । ଏନେଇ ପ୍ରଥମେ ସେ ବିଶ୍ୱ ଯୋଗ ଦିବସରେ କିଛି ଯୋଗ କରୁଥିବାର ଫଟୋ ଭାଇରାଲ ହୋଇଥିଲା । ଏନେଇ ପ୍ରଧାନମନ୍ତ୍ରୀ ମେରଠରେ କହିଛନ୍ତି କି ଏହି ୟୁନିଭରସିଟିର ନାମ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହୋଇଛି । ସେ ଆହୁରି କହିଛନ୍ତି କି ଏହି ୟୁନିଭରସିଟିରେ ଯୁବକମାନେ ଧ୍ୟାନର ସହ କାମ କରିବେ ଓ ଦେଶର ନାମ ଉଜ୍ୱଳ କରିବେ ।

ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ମେରଠର ସୋତିଗଞ୍ଜରେ ଗାଡିଗୁଡିକ ସହ ହେଉଥିବା ଖେଳ ଏବେ ସମାପ୍ତ ହୋଇଛି । ଏବେ ୟୁପିରେ ଅସଲ ଖେଳକୁ ପ୍ରୋତ୍ସାହିତ କରିବାର ଅବସର ଆସିଛି । ଏବେ ୟୁପିର ଯୁବକମାନଙ୍କ ପାଇଁ ସମୟ ଆସିଛି କି ଖେଳ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବା ।

କହିରଖୁ କି ମେରଠର ସରଧନା ଠାରେ ୭୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ସ୍ପୋର୍ଟସ ୟୁନିଭରସିଟି ନିର୍ମାଣ ଚାଲିଛି । ୯୧ ଏକର ଜମି ଉପରେ ନିର୍ମାଣ ଚାଲିଥିବା ଏହି ୟୁନିଭରସିଟିରେ ଡିପ୍ଲୋମା, ଗ୍ରାଜୁଏସନ ବ୍ୟତୀତ ଖେଳାଳୀଙ୍କ ପାଇଁ ଅନେକ ସୁବିଧା ରହିଛି ।