ଆଇପିଏଲର ଫାଇନାଲରେ ଆଜି କୋଲକାତାକୁ ଭେଟିବ ହାଇଦ୍ରାବାଦ । ଜାଣନ୍ତୁ ଚାମ୍ପିଅନ ଓ ରନର୍ସଅପ୍ ଟିମକୁ ମିଳିବ କେତେ ଟଙ୍କା

572

କନକ ବ୍ୟୁରୋ : ଆଜି ଆଇପିଏଲ ମହାସମରର ଫାଇନାଲ ମ୍ୟାଚ୍ । କୋଲକାତା ନାଇଟ୍ ରାଇଡର୍ସ ଆଜି ସନରାଜଜର୍ସ ହାଇଦ୍ରାବଦକୁ ଭେଟିବ । ଏହି ମ୍ୟାଚରେ ବିଜୟୀ ଓ ପରାଜିତ ଦଳକୁ କୋଟି କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ଆଇପିଏଲ ମ୍ୟାଚରେ ଗୋଟିଏ ଥର ହାଇଦ୍ରାବାଦ ଚମ୍ପିଅନ ହୋଇଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ୨ ଥର ଚାମ୍ପିଅନ ହୋଇଛି । ଆଜି ଏହି ମ୍ୟାଚରେ କେଉଁ ଟିମ୍ ଜିତିବ ତାହା ମ୍ୟାଚ ପରେ ଜଣାପଡିବ, ହେଲେ ଆସନ୍ତୁ ଜାଣିବା ଆଇପିଏଲର ଚାମ୍ପିଅନ ଟିମକୁ କେତେ ଟଙ୍କା ମିଳିଥାଏ ।

ବିସିସିଆଇ ତରଫରୁ ମୋଟ ୪୬.୫ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ଏଥିରୁ ବିଜୟୀ ଦଳକୁ ୨୦ କୋଟି ଟଙ୍କା ପ୍ରଦାନ କରାଯିବ ଓ ପରାଜିତ ଦଳକୁ ୧୩ କୋଟି ଟଙ୍କା ପ୍ରଦାନ କରାଯିବ । ଏହାସହ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଟିମକୁ କ୍ରମାଗତ ଭାବେ ୭ କୋଟି ଓ ୬.୫ କୋଟି ଟଙ୍କା ପ୍ରଦାନ କରାଯିବ ।

କେବଳ ସେତିକି ନୁହେଁ ୧୪ ଟି ମ୍ୟାଚ ଖେଳି ୭୪୧ ରନ କରିଥିବା ବିରାଟ କୋହଲୀଙ୍କୁ ଅରେଞ୍ଜ କ୍ୟାପ୍ ମଳିବ, ଏନେଇ ତାଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିଭଳି ପଞ୍ଜାବ କିଙ୍ଗସର ହର୍ଷଲ ପଟେଲ ୨୪ ଟି ୱିକେଟ ହାସଲ କରି ପର୍ପଲ କ୍ୟାପ ହାତେଇଛନ୍ତି । ତାଙ୍କୁ ପୁରସ୍କାର ବାବଦରେ ମଧ୍ୟ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଚଳିତ ସିଜିନରେ ଇମର୍ଜିଙ୍ଗ ପ୍ଲେୟାରଙ୍କୁ ୨୦ ଲକ୍ଷ ଓ ମୋଷ୍ଟ ଭାଲ୍ୟୁବୁଲ ପ୍ଲେୟାରଙ୍କୁ ୧୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଚଳିତ ବର୍ଷ ଆଇପିଏଲ ମ୍ୟାମ ବେଶ୍ ରୋମାଞ୍ଚକର ଥିଲା  । ସମସ୍ତ ଟିମ୍ ଭଲ ପ୍ରଦର୍ଶନ କରିଥିଲେ । ହେଲେ ସବୁଠାରୁ ଭଲ ପ୍ରଦର୍ଶନ କରି ହାଇଦ୍ରାବାଦ ଓ କୋଲକାତା ଆଜି ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛନ୍ତି ।