ଆସନ୍ତାକାଲି କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ : ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ; ପ୍ରଥମ ଦିନରେ ଦେଶର ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା

କେଉଁମାନଙ୍କୁ ଟିକା ଦିଆଯିବ ନାହିଁ, ମାର୍ଗଦର୍ଶିକା ଜାରି କଲେ ସ୍ୱାସ୍ଥ୍ୟମନ୍ତ୍ରାଳୟ

110

କନକ ବ୍ୟୁରୋ : ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟିକାକରଣ କାôଯ୍ର୍ୟକ୍ରମର ଶୁଭାରମ୍ଭ କରିବେ । ଦିନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଦେଶବ୍ୟାପି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପ୍ରଥମ ଦିନରେ ଦେଶରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ୩ ହଜାର ୬ଟି କେନ୍ଦ୍ରରେ ଏହି ଟିକାକରଣ ହେବ । ପ୍ରତ୍ୟେକ କେନ୍ଦ୍ରରେ ଦୈନିକ ସର୍ବାଧିକ ଶହେ ଜଣ ଟିକା ନେଇପାରିବେ । କେବଳ ପଞ୍ଜିକୃତ ହୋଇଥିବା ଲୋକ ହିଁ ଟିକା ନେବା ପାଇଁ କେନ୍ଦ୍ରକୁ ଆସିବେ ।

ଟିକାକରଣ ପାଇଁ ଡିଜିଟାଲ ପ୍ଲାଟଫର୍ମରେ କୋ-ୱିନ ନାମରେ ଏକ ଆପ୍ଲିକେସନ ବି ଆରମ୍ଭ ହେବ । ଏଥିରେ ଟିକାକରଣ ପାଇଁ ସମସ୍ତ ପ୍ରକାରର ସୂଚନା ରହିବ । ସେପଟେ କେଉଁମାନଙ୍କୁ ଟିକା ଦିଆଯିବ ନାହିଁ, ସେଥିପାଇଁ ଗାଇଡଲାଇନ୍ସ ଜାରି କରାଯାଇଛି । ଯେଉଁମାନଙ୍କ ଟିକା ପ୍ରତି ଆଲର୍ଜି ରହିଥିବା ହିଷ୍ଟ୍ରି ରହିଛି, ତାଙ୍କୁ ଟିକା ଦିଆଯିବ ନାହିଁ । ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଏବେ ଟିକା ଦିଆଯିବ ନାହିଁ । ଯେଉଁମାନେ କରୋନା ପଜିଟିଭ୍ ଅଛନ୍ତି, ସେମାନଙ୍କୁ ମଧ୍ୟ ଟିକା ଦିଆଯିବ ନାହିଁ । ଗୁରୁତର ରୋଗରେ ଆକ୍ରନ୍ତଙ୍କୁ ମଧ୍ୟ ଟିକା ଦିଆଯିବ ନାହିଁ ।