ଏଣିକି ନମ୍ବର ପୂର୍ବରୁ ଶୂନ୍ ଲଗାଇବା ବାଧ୍ୟତାମୂଳକ :  ଲ୍ୟାଣ୍ଡଲାଇନ୍ରୁ ମୋବଇଲକୁ ଫୋନ୍ କରୁଥିଲେ ଆପଣଙ୍କୁ ଶୂନ ଲଗାଇବା ଜରୁରୀ, ଆଜିଠାରୁ ସାରା ଦେଶରେ ଲାଗୁ ହେବ ନିୟମ

179

କନକ ବ୍ୟୁରୋ : ଲ୍ୟାଣ୍ଡଲାଇନ୍ରୁ ମୋବଇଲକୁ ଫୋନ୍ କରୁଥିଲେ ଆପଣଙ୍କୁ ଏଣିକି ନମ୍ବର ପୂର୍ବରୁ ଶୂନ୍ ଲଗାଇବା ବାଧ୍ୟତାମୂଳକ ହୋଇଛି । ଆଜିଠାରୁ ଏହି ନିୟମ ସାରା ଦେଶରେ ଲାଗୁ ହେବ । ଟେଲିକମ୍ ମନ୍ତ୍ରାଳୟ ଏ ସମ୍ପର୍କିତ ଟ୍ରାଇର ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିବାରୁ ଏହି ନୂଆ ନିମୟ ଆଜିଠାରୁ ଲାଗୁ ହେବାକୁ ଯାଉଛି । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଟ୍ରାଇ ମେ ୨୯ ତାରିଖରେ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପାରିଶ କରିଥିଲା । ଟ୍ରାଇର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ମୋବାଇଲ ଏବଂ ଲ୍ୟାଣ୍ଡଲାଇନ୍ ସେବା ପାଇଁ ଏହା ପଯ୍ୟାପ୍ତ ସଂଖ୍ୟା ବା ନମ୍ବର ସୃଷ୍ଟି କରିବାରେ ସହଜ ହେବ ।

ଏହା ଟେଲିକମ୍ ସେବା ପ୍ରଦାନକାରୀଙ୍କୁ ଅଧିକ ସଂଖ୍ୟା କରିବାକୁ ଅନୁମତି ଦେବ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଥିଲା । ୨୦ ନଭେମ୍ବରରେ ଜାରି କରାଯାଇଥିବା ଏକ ସର୍କୁଲାରରେ ଟେଲିକମ୍ ମନ୍ତ୍ରାଳୟ କହିଥିଲା ଯେ ଲ୍ୟାଣ୍ଡଲାଇନରୁ ମୋବାଇଲ ନମ୍ବରକୁ ଡାଏଲ କରିବାର ପଦ୍ଧତିକୁ ବଦଳାଇବା ପାଇଁ ଟ୍ରାଇ ର ସୁପାରିଶକୁ ଗ୍ରହଣ କରାଯାଇଥିଲା । ଆଉ ଟ୍ରାଇର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ମୋବାଇଲ୍ ଏବଂ ଲ୍ୟାଣ୍ଡଲାଇନ ସେବା ପାଇଁ ଏହା ପର୍ଯ୍ୟାପ୍ତ ସଂଖ୍ୟା ବା ନମ୍ବର ସୃଷ୍ଟି କରିବାରେ ସହଜ ହେବ।