ଚର୍ଚ୍ଚାରେ ୫୦ବର୍ଷୀୟ ଡାକ୍ତର ସର୍ଦ୍ଦାର ଜନ୍ : ନିକଟରେ ୬୦ତମ ସନ୍ତାନକୁ କଲେ ସ୍ୱାଗତ; ଏବେ ୪ର୍ଥ ସ୍ତ୍ରୀ ସନ୍ଧାନରେ…

445

କନକ ବ୍ୟୁରୋ : ପାକିସ୍ତାନର ୫୦ବର୍ଷୀୟ ଡାକ୍ତର ସର୍ଦ୍ଦାର ଜନ୍ ମହମ୍ମଦ ଖାନ୍ । ଏବେ ନିକଟରେ ତାଙ୍କର ୬୦ତମ ସନ୍ତାନକୁ ସ୍ୱାଗତ କରିଛନ୍ତି । । ତାଙ୍କର ତିନୋଟି ସ୍ତ୍ରୀ ଥିବା ପରେ ବି ଏବେ ଚତୁର୍ଥ ସ୍ତ୍ରୀ ସନ୍ଧାନରେ ରହିଛନ୍ତି । ନିଜର ବନ୍ଧୁ ପରିଜନ ମାନଙ୍କୁ ଏନେଇ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି । ଅଧିକରୁ ଅଧିକ ବିବାହ କରି ଅଧିକ ପିଲା ଜନ୍ମ କରିବାକୁ ସେ ଇଚ୍ଛୁକ ଥିବା କହିଛନ୍ତି ।

ରଙ୍ଗିଲା ଡାକ୍ତର ଜଣକ କ୍ୱେଟା ସିଟିର ଇଷ୍ଟର୍ଣ୍ଣ ବାଇପାସ ନିକଟରେ ନିଜର ଏହି ବଡ ପରିବାର ସହିତ ରୁହନ୍ତି । ପିଲା ସଂଖ୍ୟା ୬୦ ହୋଇଥିଲେ ବି ବିବାହ କରିବା ଓ ପିଲା ଜନ୍ମ କରିବା ଭଳି ତାଙ୍କର ନିଶା ଛାଡିନି । ଚତୁର୍ଥ ବିବାହ କରି ସେ ଅଧିକ ସନ୍ତାନ ଜନ୍ମ କରିବାକୁ ବେଶ ଆଗ୍ରହୀ ଥିବା କୁହନ୍ତି । ପୁଅ ଅପେକ୍ଷା ତାଙ୍କୁ ଅଧିକ ଝିଅ ଦରକାର ବୋଲି ସେ ଚତୁର୍ଥ ବିବାହ କରିବେ ।

ପରିବାର ଯେତେ ବଢିଲେ ବି ସେହି ଘରେ ସମସ୍ତେ ରହିବାକୁ ତାଙ୍କର ଇଚ୍ଛା । ଏବେ ପାକିସ୍ତାନରେ ଅତ୍ୟାବଶକୀୟ ସମଗ୍ରୀର ଦାମ୍ ବୃଦ୍ଧି ହୋଇଛି । କହିବାକୁ ଗଲେ ତିନିଗୁଣା ବୃଦ୍ଧି ହୋଇଛି । ପାକିସ୍ତାନର ଅବସ୍ଥା ଏବେ ଶୋଚନୀୟ ହୋଇଥିଲେ ବି ହାରି ଭିିତରେ ଚତୁର୍ଥ ବିବାହ କରି ପରିବାର ବଢାଇବା ସହ ଭରଣ ପୋଷଣ କରିବାକୁ ଆଗଭର ହୋଇଛନ୍ତି ଏହି ଡାକ୍ତର ଅହମ୍ମଦ ।