ରାଜ୍ୟରେ ଆଜିଠୁ ପୁଣି ଆରମ୍ଭ ହେବ କୋଭିଡ୍ ଟିକାକରଣ : ଅନଲାଇନ ଓ ଅଫଲାଇନରେ କରିପାରିବେ ପଞ୍ଜିକରଣ

128

କନକ ବ୍ୟୁରୋ : ସାରା ରାଜ୍ୟରେ ଆଜିଠୁ ପୁଣି କୋଭିଡ ଟିକାକରଣ କାମ ଆରମ୍ଭ ହେବ । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବ । ଏଥିପାଇଁ ହିତାଧିକାରୀ ଉଭୟ ଅଫଲାଇନ ଓ ଅନଲାଇନରେ ପଞ୍ଜିକରଣ କରି ଟିକା ନେଇ ପାରିବେ । କେବଳ କୋଭିସିଲଡ ଟିକା ନେଇଥିବା ହିତାଧିକାରୀ ଟିକା ନେଇ ନେଇପାରିବେ । ପୁରୁଣା ଗାଇଡଲାଇନ ଅନୁସାରେ ହିତାଧିକାରୀମାନେ ଦ୍ୱିତୀୟ ଓ ପ୍ରିକସନ ଡୋଜ ମାଗଣାରେ ନେଇପାରିବେ ।

ମଙ୍ଗଳବାର କେନ୍ଦ୍ର ସରକାର ୧ ଲକ୍ଷ କୋଭିସିଲଡ ଟିକା ଓଡିଶାକୁ ପଠାଇଛନ୍ତି । ଟିକା ଆସିବା ପରେ ବିଭିନ୍ନ୍ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଟିକା ପଠାଯାଇଛି । ହକି ବିଶ୍ୱକପ ଚାଲିଥିବାରୁ ସୁନ୍ଦରଗଡ, ଭୁବନେଶ୍ୱର ଓ କଟକରେ ଅଧିକ ଟିକା ଗଚ୍ଛିତ ରଖାଯାଇଥିବା ସୂଚନା ମିଳିଛି । ସେପଟେ କୋଭାକ୍ସିନ ଟିକା ଆସିବା ପରେ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।