ଫ୍ୟାକ୍ଟ ଚେକ୍ :  ଧ୍ରୁବ୍ ରାଠୀ ଓ ସ୍ଵାତୀ ମାଲିୱାଲ୍ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭାଇରାଲ୍ ଅଡିଓ ହେଉଛି ଡିପଫେକ୍ ।

ଦୁଇଟି ଭିନ୍ନ ଭିନ୍ନ  ଡିପଫେକ୍ ଚିହ୍ନଟ ଉପକରଣ ନିଶ୍ଚିତ କରିଛି ଯେ AI ବ୍ୟବହାର କରି ଏହି ଭାଇରାଲ୍ ଅଡିଓ ସୃଷ୍ଟି ହୋଇଛି ।

240

Fact checked by : BOOM
ଆମ୍ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସ୍ଵାତୀ ମାଲିୱାଲ୍ ଏବଂ ୟୁଟ୍ୟୁବ ଧ୍ରୁବ୍ ରାଠୀଙ୍କ ମଧ୍ୟରେ ବାର୍ତ୍ତାଳାପ ବୋଲି ଦାବି କରୁଥିବା ଏକ ଅଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭାଇରାଲ ଅଡିଓରେ ସ୍ଵାତୀ ମାଲିୱାଲ୍ ଧୃବ ରାଠୀଙ୍କୁ ନିକଟରେ ତାଙ୍କ ସହ ଘଟିଥିବା ଏକ ଘଟଣା ବିଷୟରେ କହୁଛନ୍ତି ଏବଂ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପତ୍ନୀ ସୁନୀତାଙ୍କ ଆଗରେ ତାଙ୍କ ସହ ମାରପିଟ କରାଯାଇଥିବାର କହିଛନ୍ତି । ଅଡିଓରେ ସେ ଧୃବ ରାଠୀଙ୍କୁ ଏହି ପ୍ରସଙ୍ଗରେ ଭିଡିଓ ନକରିବାକୁ ପରାମର୍ଶ ଦେଉଥିବାର ମଧ୍ୟ ଶୁଣିବାକୁ ମିଳୁଛି ।

BOOM ଏହାର ସତ୍ୟତା ଯାଞ୍ଚ କରି ଏହି ନିଷ୍କର୍ଷରେ ପହଞ୍ଚିଲା ଯେ AI ବ୍ୟବହାର କରି ଭାଇରାଲ୍ ଅଡିଓ ସୃଷ୍ଟି ହୋଇଛି । ଏହା ପ୍ରକୃତ ଅଡିଓ ନୁହେଁ ।

ସୂଚନାଯୋଗ୍ୟ ଯେ ୨୦୨୪ ମସିହା ମେ ୧୩ ରେ ସ୍ଵାତୀ ମାଲିୱାଲ୍,  ଅରବିନ୍ଦ କେଜ୍ରିୱାଲଙ୍କ ସଚିବ ବୈଭବ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ଏଫ୍ଆଇଆର୍ ପଞ୍ଜିକୃତ ହେବା ପରେ ଦିଲ୍ଲୀ ପୋଲିସ ବୈଭବ କୁମାରଙ୍କୁ ମେ ୧୮ ରେ ଗିରଫ କରି ପୋଲିସ ହେପାଜତରେ ନେଇଥିଲା ।

ଏହା ପରେ ୟୁଟ୍ୟୁବ ଦୁଇଟି ଭିନ୍ନ ଭିନ୍ନ  ଡିପଫେକ୍ ଚିହ୍ନଟ ଉପକରଣ ନିଶ୍ଚିତ କରିଛି ଯେ AI ବ୍ୟବହାର କରି ଏହି ଭାଇରାଲ୍ ଅଡିଓ ସୃଷ୍ଟି ହୋଇଛି । ଏହି ଘଟଣା ଉପରେ ଧ୍ରୁବ୍ ରାଠୀ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଯେଉଁଥିରେ ସେ ମାଲିୱାଲଙ୍କୁ ମିଥ୍ୟା ଅଭିଯୋଗ କରିଥିବା ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ହିଁ ଏହି ଅଡିଓ ଭାଇରାଲ ହୋଇଛି ।

ଲୋକମାନେ ଏହାକୁ ଅଡିଓ ସତ ବୋଲି ଭାବି ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।

ଏହାକୁ X(ଟ୍ଵିଟର) ରେ ପୋଷ୍ଟ କରି ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଦିଲ୍ଲୀ, ସ୍ଵାତୀ ମାଲିୱାଲ୍ ଏବଂ ଧୃବ ରାଠୀଙ୍କ ଏକ ଅଡ଼ିଓ ଭାଇରାଲ ହୋଇଛି । ସ୍ବାତି ମାଲିୱାଲ ଧୃବ ରାଠୀଙ୍କୁ ଅନୁରୋଧ କରୁଛନ୍ତି କି ଏହି ଘଟଣା ବିଷୟରେ ଭିଡିଓ ନକରିବାକୁ । କେଜ୍ରିୱାଲ ଏବଂ ସୁନୀତାଙ୍କ ନିର୍ଦ୍ଦେଶରେ ସ୍ଵାତୀଙ୍କ ସହ ମାରପିଟ ହୋଇଥିଲା । ଧୃବ ରାଠୀ ବିରୋଧୀଙ୍କ ଏଜେଣ୍ଡା ଉପରେ ଭିଡିଓ ପ୍ରସ୍ତୁତ କରନ୍ତି ।’

https://x.com/SudhirPandey_IN/status/1794011664347783273

 

ଫ୍ୟାକ୍ଟ ଚେକ୍

ଯେତେବେଳେ ବୁମ୍  ଫ୍ୟାକ୍ଟ ଯାଞ୍ଚ ପାଇଁ ଭାଇରାଲ୍ ଅଡିଓକୁ ଯତ୍ନର ସହ ଶୁଣିଲା, ସେତେବେଳେ ସନ୍ଦେହ ଆସିଲା ଯେ ଏହା AI ମାଧ୍ୟମରେ ସୃଷ୍ଟି ହୋଇଛି । ଅଡ଼ିଓର  ୦:୦୯   ସେକେଣ୍ଡ କାଉଣ୍ଟରରେ ସ୍ଵାତୀ ମାଲିୱାଲଙ୍କ ସ୍ୱର ଶୁଣିବାକୁ ମିଳେ ଯେ ତାଙ୍କୁ ଅରବିନ୍ଦ ଏବଂ ସୁନୀତା କେଜ୍ରିୱାଲଙ୍କ ସାମ୍ନାରେ ମାରପିଟ କରାଯାଇଛି । ଏହି ସମୟରେ ତାଙ୍କ ସ୍ଵରରେ କିଛି ଅସ୍ଵାଭାଭିକତା ପରିଲକ୍ଷିତ ହୋଇଥିଲା ଯାହାକୁ ବୈଷୟିକ ଭାଷାରେ ‘ଜମ୍ପ କଟ୍’ କୁହାଯାଏ । ଏଥିରୁ ଏକ ସୂଚନା ଗ୍ରହଣ କରି, ଆମେ ଆଇଆଇଟି ଯୋଧପୁର ଦ୍ୱାରା ସୃଷ୍ଟି ହୋଇଥିବା ଏକ ଡିପଫେକ ଟୁଲ ‘ITISAR’ ରେ ଏହି ଅଡିଓ କ୍ଲିପ୍ ପରୀକ୍ଷା କରିଥିଲୁ ।  ରିପୋର୍ଟରେ ଏହାକୁ ହାଇ କନଫିଡେନ୍ସର ଡିପଫେକ ଅଡିଓ ବୋଲି ଜାଣିବାକୁ ପାଇଲୁ ।

ଆମେ ମଧ୍ୟ ଏହି ଅଡିଓ କ୍ଲିପ୍ Contrails AI ଅନୁସନ୍ଧାନକାରୀଙ୍କ ନିକଟକୁ ପଠାଇଥିଲୁ । ସେମାନେ ଆମକୁ ନିଶ୍ଚିତ କରିଛନ୍ତି ଯେ ଉଭୟ ପୁରୁଷଙ୍କ ସ୍ୱରରେ AI ଭଏସ୍ କ୍ଲୋନିଂର ସ୍ପଷ୍ଟ ଢାଞ୍ଚା ଅଛି । ସେ କହିଛନ୍ତି ଯେ ଭାଇରାଲ୍ କଲ୍ ଅଡିଓ ହେଉଛି ଏକ AI ଅଡିଓ ସ୍ପୁଫ୍ (AI audio spoof) ।
ସୌଜନ୍ଯ : BOOM 
Fact checked by : BOOM 
Translated and republished by : KanakNews
Part of  Shakti Collective