ଡିଏସପିଙ୍କୁ ଡମ୍ପର ଚଢାଇ ଖଣି ମାଫିଆ ମାରିଦେବା ଘଟଣା । ଅଭିଯୁକ୍ତଙ୍କ ଦେହରେ ବାଜିଛି ପୋଲିସ ଗୁଳି ।

401

କନକ ବ୍ୟୁରୋ: ଡିଏସପିଙ୍କୁ ଖଣି ମାଫିଆ ଡମ୍ପର ଚଢାଇ ମାରିଦେବା ଘଟଣାରେ ବଡ ଖବର ସାମ୍ନାକୁ ଆସିଛି । ଏହି ହତ୍ୟା ଘଟଣାରେ ଯେଉଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା, ପୋଲିସ ସହ ତାଙ୍କର ଏନକାଉଣ୍ଟର ହୋଇଛି । ଯେଉଁଥିରେ ଜଣେ ଅଭିଯୁକ୍ତ ଦେହରେ ଗୁଳି ବାଜିଥିବା ସୂଚନା ରହିିଛି । ମିଳିଥିବା ସୂଚନା ମୁତାବକ, ସିଆଇଏ ଇନଚାର୍ଜ ସୁରେନ୍ଦ୍ର ସିଦ୍ଧୁଙ୍କ ଟିମ୍ ସହ ଅଭିଯୁକ୍ତଙ୍କ ହାତାହାତି ହୋଇଥିଲା । ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଆଜି ଡିଏସପିଙ୍କ ଉପରକୁ ଡମ୍ପର ଚଢାଇଦେଇଥିଲେ ଖଣି ମାଫିଆ । ଯାହା ଫଳରେ ଘଟଣାସ୍ଥଳରେ ଚାଲିଯାଇଥିଲା ଡିଏସ୍ପିଙ୍କ ଜୀବନ । ଘଟଣା ଘଟିଥିଲା ହରିୟାଣା ନୁହର ପଚଗାଓଁ ଗାଁରେ । ବେଆଇନ ଖନନକୁ ଅଟକାଇବା ପାଇଁ ଯାଇଥିଲେ ଡିଏସପି ସୁରେନ୍ଦର ସିଂହ । ବେଆଇନ ଖଣି ଖନନ ଚାଲୁଥିବା ନେଇ ଚଢାଉ କରିବାକୁ ଯାଇଥିଲେ ଡିଏସପି । ଖଣି ମାଫିଆମାନେ ବେଆଇନ ଭାବେ ଖଣି ଖନନ କରି ନେଉଥିବାବେଳେ ଅଟକାଇବାକୁ ଯାଇଥିଲେ ଡିଏସପି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଡିଏସପି ସୁରେନ୍ଦର ନିଜ ଅଫିସ ଗାଡି ବାହାରେ ଛିଡା ହୋଇ ସାମ୍ନାରୁ ଆସୁଥିବା ବେଆଇନ ଖଣି ନେଇ ଯାଉଥିବା ଡମ୍ଫରକୁ ଅଟାଇବାକୁ ଚେଷ୍ଟା କରିଥିଲେ । ଆଉ ଏହି ସମୟରେ ସାମ୍ନାରୁ ଆସୁଥିବା ଡମ୍ଫରଟି ଡିଏସପିଙ୍କ ଉପରେ ଗାଡି ଚଢାଇ ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଡିଏସପି ସୁରେନ୍ଦର ସିଂହଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାଟି ଆଜି ଦିନ ୧୨ଟା ବେଳେ ଘଟିଥିବା ଜଣାପଡିଛି ।