ଆତଙ୍କବାଦ ଉପରେ ଏନଆଇରର ଆକ୍ସନ । ଦାଉଦ ଇବ୍ରାହିମ ଓ ଗୁଙ୍ଗେ ବିରୋଧରେ ନେଲା ଏଭଳି ପଦକ୍ଷେପ

541

କନକ ବ୍ୟୁରୋ : ଜାତୀୟ ଯାଂଚ ଏଜେନ୍ସି ଏନଆଇଏ ତରଫରୁ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । କେବଳ ଦାଉଦ ନୁହେଁ ତାର ସହଯୋଗୀ ଗୁଙ୍ଗେ ଉପରେ ବି ପୁରସ୍କାର ଘୋଷଣା କରାଯାଇଛି । ଏନଆଇଏ ତରଫରୁ ଚଳିତବର୍ଷ ଫେବୃଆରୀ ୩ ତାରିଖରେ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଦାଉଦ ଇବ୍ରାହିମ, ଛୋଟା ସର୍କିଲ, ଅନୀସ ଇବ୍ରାହିମ, ଜାବେଦ ଚିକନା ଓ ଟାଇଗର ମେମନ ବିରୋଧରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ନିଶା କାରବାର, ଅଣ୍ଡରୱାର୍ଲଡ କ୍ରିମିନାଲ ସିଣ୍ଡିକେଟ, ମନି ଲଣ୍ଡ୍ରିଂ ବ୍ୟତୀତ ଜୋର ଜବରଦସ୍ତ ଜମି ଦଖଲ କରିବା ଭଳି ଅଭିଯୋଗ ରହିଛି ।

କେବଳ ସେତିକି ନୁହେଁ ଜୈଶ ଓ ଅଲକାଏଦା ଭଳି ଆତଙ୍କବାଦୀ ସଂଗଠନ ସହ ସଂପର୍କ ରଖିବା ଆଧାରରେ ଏମାନଙ୍କ ଉପରେ ମାମଲା ରୁଜୁ ହୋଇଛି । ଏହି ମାମଲା ସହିତ ଜଡିତ ଥିବା ଉପର ଲିଖିତ ଆତଙ୍କବାଦୀମାନଙ୍କୁ ଧରିବାକୁ ଏନଆଇଏ ତରଫରୁ ପୁରସ୍କାର ରାଶି ଘୋଷଣା କରାଯାଇଛି । ଦାଉଦ୍ ଇବ୍ରାହିମଙ୍କ ଉପରେ ୨୫ ଲକ୍ଷ, ଛୋଟା ସକିଲ ଉପରେ ୨୦ ଲକ୍ଷ, ଅନିସ୍ ଇବ୍ରାହିମ, ଜାବେଦ ଚିକନା ଓ ଟାଇଗର ମେମନ ଉପରେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି ।

ସେପଟେ କୁହାଯାଉଛି କି, ଦାଉଦ ଏବେ କରାଚୀରେ ରହୁଛନ୍ତି । ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ସହିତ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛି । ୨୦୦୩ ମସିହାରେ ସଂଯୁକ୍ତ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଦାଉଦଙ୍କୁ ଧରାଇଦେଲେ ୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା ।