ମଣ୍ଡିର ନୂଆ ନିୟମ ପାଇଁ ଛନ୍ଦି ହେଉଛନ୍ତି ଚାଷୀ : କାର୍ଡ ଥିବା ବ୍ୟକ୍ତି ଉପସ୍ଥିତ ରହିବା ଆବଶ୍ୟକ

315

କନକ ବୁରୋ : ମଣ୍ଡିର ନୂଆ ନିୟମ ପାଇଁ ଛନ୍ଦି ହେଉଛନ୍ତି ଚାଷୀ । ମଣ୍ଡିରେ ଯିଏ ଧାନ ବିକିବ ସେ ଆସିବା ଜରୁରୀ । ଯାହା ନାଁରେ ମଣ୍ଡି କାର୍ଡ ଥିବ ସେ ଉପସ୍ଥିତ ରହିବା ଆବଶ୍ୟକ । ନହେଲେ ଧାନ କିଣା ହୋଇପାରିବ ନାହିଁ । ଏପରି ନିୟମ ଦ୍ୱାରା ବୃଦ୍ଧ ଚାଷୀଙ୍କ ଅବସ୍ଥା କ’ଣ ହେବ ବୋଲି ଜୟପୁରର ଚାଷୀ ପ୍ରଶ୍ନ କରିଛନ୍ତି ।

ଏପରି ନିୟମକୁ ବିରୋଧ କରିଛନ୍ତି ବିଧାୟକ ତାରା ବାହିନୀପତି । ସେପଟେ ଯୋଗାଣ ଅଧିକାରୀ କହିଛନ୍ତି, ଏହି ନିୟମ ଦ୍ୱାରା କ’ଣ ସୁବିଧା ଓ ଅସୁବିଧା ହେଉଛି ତାହା ଜାଣିବା ପରେ ସରକାରଙ୍କୁ ଜଣାଇବେ । ବର୍ତମାନ ୨ ହଜାର ୪୦ ଟଙ୍କାରେ କ୍ୱିଂଟାଲ ପିଛା ଧାନ କିଣା ହେବ । ଏବେ କୋରାପୁଟ ଜିଲ୍ଲାରେ ୭୪ଟି ମଣ୍ଡି ରହିଛି । ଏବେ ପ୍ରଥମ ପର୍ଯ୍ୟାୟରେ ରବି ମଣ୍ଡିରେ ୫ ହଜାର କ୍ୱିଂଟାଲ ଧାନ କିଣିବା ପାଇଁ ନିଷ୍ପତି ହୋଇଛି ।