ଆସନ୍ତା ବର୍ଷ ପାଇଁ ନାସାର ସତର୍କବାଣୀ । ଏବେଠାରୁ ପ୍ରସ୍ତୁତ ରହିବାକୁ ସାରା ବିଶ୍ୱକୁ ଚେତାବନୀ

5,156

କନକ ବ୍ୟୁରୋ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି (ନାସା) ଆସନ୍ତା ବର୍ଷ ପାଇଁ ଦେଇଛନ୍ତି ସତର୍କବାଣୀ । ୧୮୮୦ ପରେ ଚଳିତ ବର୍ଷ ସବୁଠୁ ଉତପ୍ତ ବର୍ଷ ଥିବାବେଳେ ଆସନ୍ତା ବର୍ଷ ଏହି ସମସ୍ୟା ଆହୁରି ଉକ୍ରଟ ହେବ ବୋଲି ସାରା ବିଶ୍ୱକୁ ଚେତାଇଛି ନାସା । ଏଭଳି ହେଲେ ଅନେକ ଧନଜୀବନ ହାନି ଘଟିବ ବୋଲି ଆକଳନ କରିଛନ୍ତି ନାସା ମୁଖ୍ୟ ବିଲ୍ ନେଲସନ୍ ।

ନାସାର ସର୍ବେକ୍ଷଣ ରିପୋର୍ଟ ମୁତାବକ, ଚଳିତ ବର୍ଷ ଜୁଲାଇ ୩ରୁ ଅଗଷ୍ଟ ୭ ତାରିଖ ଏବେଯାଏଁ ସବୁଠୁ ଉତପ୍ତ ସମୟ ଥିଲା । ଫଳରେ ସାରା ବିଶ୍ୱରେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି । ଅନେକ ୟୁରୋପୀୟ ଦେଶ ମାନଙ୍କରେ ଜଙ୍ଗଲ ପୋଡି ଧ୍ୱଂସ ହୋଇଛି ତ ଆଉ ଅନେକ ଦେଶରେ ବନ୍ୟା ସାଙ୍ଗକୁ ଭୂସ୍ଖଳନ ଜନଜୀବନକୁ ଛାରଖାର କରିଦେଇଛି । ଏସବୁ ତାପମାତ୍ରାରେ ଅସାମାନ୍ୟ ବୃଦ୍ଧି ଯୋଗୁଁ ଘଟୁଛି । ଅତିଶୟ ମାତ୍ରାରେ କାର୍ବନ ଡାଇଅକ୍ସାଇଡ୍ ସହ ଅଲ ନିନୋ ମିଶୁଥିବାରୁ ଏଭଳି ସମସ୍ୟା ହେଉଛି । ୨୦୨୪ରେ ଏହା ଆହୁରି ବଢିବ । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ସତର୍କ କରିଛନ୍ତି ନାସା ମୁଖ୍ୟ ।