ଆରଟିଆଇରୁ ବଡ ଖୋଲାସା, ଜାଣନ୍ତୁ ୮ ବର୍ଷରେ କିଏ ଅଧିକ ନିର୍ମାଣ କରିଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ?

1,621

କନକ ବ୍ୟୁରୋ : ଶିକ୍ଷା ଓ ରୋଜଗାର ପ୍ରସଙ୍ଗରେ ବିରୋଧୀମାନେ ସର୍ବଦା ମୋଦୀ ସରକାରଙ୍କୁ ଘେରୁଛନ୍ତି । ବିଜେପି ସରକାର ଆରମ୍ଭରୁ ଦେଶର ବିରୋଧୀଦଳମାନେ ଶିକ୍ଷାକୁ ମୋଦୀ ପ୍ରାଧାନ୍ୟ ଦେଉନଥିବା କଥା ଅଭିଯୋଗ କରୁଛନ୍ତି । ଏନେଇ ସରକାର ଅନେକ ଥର ଏନେଇ ବିରୋଧୀଙ୍କ ପ୍ରଶ୍ନରେ ବି ଉତ୍ତର ଦେଇଛନ୍ତି । ସରକାର ତାଙ୍କ ଉତ୍ତରରେ କହୁଛନ୍ତି କି କ୍ରମାଗତ ଭାବେ ଛାତ୍ର ଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି । ଏହାଦ୍ୱାରା ସମସ୍ତଙ୍କ ପାଖରେ ଶିକ୍ଷା ପହଂଚାଇବାକୁ ଚେଷ୍ଟା କରାଯାଉଥିବା କଥା ସରକାର କହୁଛନ୍ତି ।

ବିରୋଧୀଙ୍କ ଘେରାଓ ସରକାରଙ୍କ ସ୍ପଷ୍ଟିକରଣ ମଧ୍ୟରେ ଏକ ଜାତୀୟ ଗଣମାଧ୍ୟମ ଏହାର ବାସ୍ତବ ଚିତ୍ର ଜାଣିବାକୁ ସରକାରଙ୍କ ଠାରୁ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ । ଏଥିରେ ପ୍ରଶ୍ନ କରାଯାଇଥିଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮ ବର୍ଷ କାର୍ଯ୍ୟକାଳ ମଧ୍ୟରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୮ ବର୍ଷ କାର୍ଯ୍ୟକାଳ ମଧ୍ୟରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲା ଯାଇଛି ।

ଏହି ପ୍ରଶ୍ନର ଉତ୍ତର ଦେଇ ସରକାର ଯେଉଁ ସୂଚନା ଦେଇଛନ୍ତି ସେହି ସୂଚନା ମୁତାବକ ନରେନ୍ଦ୍ର ମୋଦୀଙ୍କ ୮ ବର୍ଷ ଶାସନକାଳରେ ଦେଶରେ ମୋଟ ୧୫୯ ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲା ଯାଇଥିବା ବେଳେ ମନମୋହନ ସିଂଙ୍କ ୮ ବର୍ଷର କାର୍ଯ୍ୟକାଳରେ ୨୦୨ ଟି କେନ୍ଦ୍ରୀ ବିଦ୍ୟାଳୟ ଖୋଲାଯାଇଥିଲା । କହିରଖୁ କି କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ର ଛାତ୍ରୀମାନଙ୍କୁ ରିହାତି ଦାମରେ ଉଚ୍ଚମାନର ଶିକ୍ଷା ପ୍ରଦାନ କରାଯାଇଥାଏ ।