ଦାମୀ କାରରେ ଆସି ଏଟିଏମ୍ ଲୁଟ୍ : ଲୁଟିନେଲେ ୧୨ ଲକ୍ଷ ଟଙ୍କା; ପ୍ରମାଣ ଲୁଚାଇବା ପାଇଁ ସିସିଟିଭି କ୍ୟାମେରାରେ କଳାରଙ୍ଗର ସ୍ପ୍ରେ

415

କନକ ବ୍ୟୁରୋ : ଦାମୀ କାରରେ ଆସି ଏଟିଏମ୍ ଲୁଟ୍ । ଏଭଳି ଘଟଣା ଚାଞ୍ଚଲ୍ୟ ଖେଳାଇଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ । ରାତିର ଘନ ଅନ୍ଧାରରେ ଦାମି କାରରେ ଆସିଲେ ଚୋର । ଗ୍ୟାସ୍ କଟରରେ କାଟିଲେ ଏଟିଏମ୍ ମେସିନ୍ । ଆଉ ଲୁଟିନେଲେ ନଗଦ ୧୨ ଲକ୍ଷ ଟଙ୍କା । ଖଲ୍ଲିକୋଟ ଥାନା ଅର୍ନ୍ତଗତ ୧୬ନଂ ଜାତୀୟ ରାଜପାଥ କେଶପୁର ଛକରେ ଥିବା ପଞ୍ଜାବ ନ୍ୟସନାଲ ବ୍ୟାଙ୍କର ଏଟିଏମ ମେସି କାଟି ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।

କିଛି ଦୁର୍ବୃତ୍ତ ଏଟିଏମ ଭିତରେ ପଶି ପ୍ରଥମେ ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରିଥିଲେ । ଏହାପରେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ ମେସିନ କାଟି ଏଟିଏମ ଭିତରେ ଥିବା ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟି ନେଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତମାନେ ଚୋରି କରିବା ପରେ ସିସିଟିଭିର ହାର୍ଡଡିସ୍କ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି । ଖଲ୍ଲିକୋଟ ଥାନାର ଅଭିଯୋଗ ପରେ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ କରୁଛି ।