ଜଳବାୟୁ ପରିବର୍ତନର ସଚେତନତା ପାଇଁ ସାଇକେଲ ଯାତ୍ରା । ବିଶ୍ୱବିଦ୍ୟାଳୟ ଓ କ୍ଲାସ ରୁମ ଛାଡି ସାଇକେଲରେ ଭାରତ ଭ୍ରମଣରେ ବାହାରିଛନ୍ତି ପ୍ରଫେସର ଜୟନ୍ତ ମହାଜନ

60

କନକ ବ୍ୟୁରୋ : ଜଳବାୟୁ ସୁରକ୍ଷା ପାଇଁ ସାଇକେଲ ଯାତ୍ରା । ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତନ ଏକ ବଡ ସମସ୍ୟା ହୋଇ ଉଭା ହୋଇଛି । କେତେବେଳେ ପ୍ରବଳ ବର୍ଷା ତ କେତେବେଳ ମରୁଡି । ଜୀବଜଗତ ଉପରେ ଜଳବାୟୁ ପରିବର୍ତନର କୁପ୍ରଭାବ ପଡିବା ଆରମ୍ଭ ହେଲାଣି । ଏହାକୁ ନେଇ ନିଆରା ଅଭିଯାନ ଆରମ୍ଭ କରିଛନ୍ତି ପ୍ରଫେସର ଜୟନ୍ତ ମହାଜନ । ଜନସଚେତନତା କରିବା ପାଇଁ ସାରା ଦେଶକୁ ସାଇକେଲରେ ବାହାରିଛନ୍ତି । ପେଶରେ ସେ ଅଧ୍ୟାପକ, ମହାରାଷ୍ଟ୍ରର ପୁଣେ ସ୍ଥିତ ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟରେ ପାଠ ପଢାନ୍ତି । ଏବେ କିନ୍ତୁ ସେ ବିଶ୍ୱବିଦ୍ୟାଳୟ ପରିସର ଓ କ୍ଲାସ ରୁମ ଛାଡି ଭାରତ ଯାତ୍ରାରେ ବାହାରିଛନ୍ତି । ତାଙ୍କ ସହ ଆଲୋଚନା କରିଛନ୍ତି ଆମ କନକ ନ୍ୟୁଜ ପ୍ରତିନିଧି ।