ସେନାରେ ସାମିଲ ହେବ ‘ସୁଇସାଇଡ୍’ ଡ୍ରୋନ୍ । ଶତ୍ରୁର ଘରେ ପଶିବ, ଭୟଙ୍କର ବିସ୍ଫୋରଣ କରିବ । ଆଖି ପିଛୁଳାକେ ଶତ୍ରୁ ଶିବିର ହେବ ଧ୍ୱଂସ 

267

କନକ ବ୍ୟୁରୋ : ଚୀନ୍ ସୀମାରେ ଲଗାତାର୍ ଉତ୍ତେଜନା ଲାଗିରହିଛି । ପାକିସ୍ତାନ ବି ତାର ନାପାକ୍ କାର୍ଯ୍ୟକଳାପରୁ ବାଦ ପଡୁନି । ଆଉ ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରତିରକ୍ଷା ଶକ୍ତିକୁ ବଢାଇବା ଉପରେ ଗୁରୁତ୍ୱ ଦେଉଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ ଅନ୍ୟ ଦେଶ ଉପରେ ନିର୍ଭର ନହୋଇ, ନିଜେ ନୂଆ ନୂଆ ଜ୍ଞାନ କୌଶଳ ବଳରେ ଗୋଟିଏ ପରେ ଗୋଟିଏ ଘାତକ ଅସ୍ତ୍ରଶସ୍ତ୍ର ବନାଉଛି । ଆଉ ସେଥି ମଧ୍ୟରୁ ଏହି ସୁଇସାଇଡ୍ ଡ୍ରୋନ୍ ଅନ୍ୟତମ ।

ଆଇଆଇଟି କାନପୁର ଏହି ସୁଇସାଇଡ୍ ଡ୍ରୋନ୍ ବନାଇଛି । ଏହି ଡ୍ରୋନ ଆକାରରେ ଛୋଟ କିନ୍ତୁ ଏହା ବଡ ବସ୍ଫୋରଣ କରିବାର କ୍ଷମତା ରଖିଛି । ଶତ୍ରୁ ଶିବିର ଭିତରକୁ ଚୁପଚାପ୍ ପ୍ରବେଶ କରିବ, କେହି କିଛି ବୁଝିବା ପୂର୍ବରୁ ଭୟଙ୍କର ବିସ୍ଫୋରଣ ଘଟାଇବ । ସବୁକିଛିକୁ ଛାରଖାର କରିଦେବ । ଗତ ବର୍ଷେ ହେବ ଏହି ଡ୍ରୋନକୁ ବନାଇବା କାମ ଚଲିଥିଲା । ଏବେ ଏହା ସେନାରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଇସାରିଛି । ଏହି ଡ୍ରୋନ୍ ଏକ କାମିକେଜ୍ ଡ୍ରୋନ୍ ହୋଇଥିବାରୁ ଏହାକୁ ତିନି ସେନାର ଅସ୍ତ୍ରଶସ୍ତ୍ରରେ ମଡିଫାଏ କରି ଫିଟ୍ କରାଯାଇପାରିବ ।

ଯଦି ଏହାର ମାରକ କ୍ଷମତା ବାବଦରେ କହିବା ତେବେ, ଏହାର ରେଞ୍ଜ୍ ୧୦୦ କିମି ରହିଛି । ଏହି ଡ୍ରୋନରେ ୬କିଲୋଗ୍ରାମର ବିସ୍ଫୋରକ ସାଙ୍ଗରେ ନେଇ ଉଡିବାର କ୍ଷମତା ରଖିଛି । ସବୁଠୁ ବଡ କଥା ହେଉଛି ଏହି ଡ୍ରୋନରେ ଷ୍ଟୋଲ୍ଡ ଟେକ୍ନୋଲୋଜି ଲାଗିଥିଛି । ଯହା ଶତ୍ରୁର ରାଡାରରୁ ଏହାକୁ ବଞ୍ଚାଇବାରେ ସାହାଯ୍ୟ କରିଥାଏ । ଅର୍ଥାତ୍ ଏହି ଡ୍ରୋନକୁ ଶତ୍ରୁର ରାଡାର ଧରିପାରିନଥାଏ ।

ଏହାର ଲମ୍ବ ପାଖାପାଖି ୨ମିଟର । ଏହା ଏକ ଫୋଲ୍ଡେବୁଲ୍ ଡ୍ରୋନ୍ ଅଟେ । ଏଥିରେ କ୍ୟାମେରା ସହ ଇନପାରେଡ୍ ସେନସର୍ ଲଗାଯାଇଛି । ଏହା ଦିନରେ କାମ କରିବା ସହ ରାତିରେ ମଧ୍ୟ ଆକ୍ରମଣ ପାଇଁ ସକ୍ଷମ ଅଟେ । ଏହି ଡ୍ରୋନ୍ ଆର୍ଟିଫିସିୟଲ୍ ଇଣ୍ଟେଲିଜେନ୍ସ ବା ଭିଜୁଆଲ୍ ଗାଇଡାନ୍ସ ସାହାଯ୍ୟରେ ଶତ୍ରୁକୁ ଟାର୍ଗେଟ୍ କରି ବରବାଦ କରିଦେଇଥାଏ ।

ଏହା ଲଞ୍ଚ ହେବାର ୪୦ ମିଟର ଭିତରେ ୧୦୦କିଲୋମିଟର ଭିତରେ ଥିବା ଶତ୍ରୁର ଟେରିଟୋରୀ ମଧ୍ୟକୁ ପ୍ରବେଶ କରି ଭୟଙ୍କର ବିସ୍ଫୋରଣ ଘଟାଇଥାଏ । ତେଣୁ ଏହି ଆତ୍ମଘାତି ଡ୍ରୋନ୍ ସମସ୍ତ ଦେଶଙ୍କର ଆବଶ୍ୟକ ପଡିଥାଏ । ତେବେ ଏହି ଡ୍ରୋନକୁ ଖୁବଶୀଘ୍ର ପୁଣି ଥରେ ପରୀକ୍ଷା କରାଯିବ । ସଫଳ ପରୀକ୍ଷା ପରେ ତୁରନ୍ତ ସେନାରେ ଏହି ସୁିସାଇଡ୍ ଡ୍ରୋନକୁ ସାମିଲ କରାଯିବ । ଏବଂ କୌଣସି ଅପ୍ରିତିକର ପରିସ୍ଥିତିରେ ବ୍ୟବହାର କରିବା ପାଇଁ ବା ଶତ୍ରୁର ଘରେ ପଶି ଆକ୍ରମଣ କରିବା ପାଇଁ ଏହି ଡ୍ରୋନକୁ ପ୍ରସ୍ତୁତ କରି ରଖାଯିବ ।