ଆଜିଠୁ ରାଜ୍ୟରେ କମିପାରେ ତାପମାତ୍ରା ! ୩୦ ସୁଦ୍ଧା କେରଳ ଛୁଇଁବ ମୌସୁମୀ

28

କନକ ବ୍ୟୁରୋ : ଚଳିତ ବର୍ଷ ଆଗୁଆ ଆସିବ ମୌସୁମୀ । ମେ’ ୩୦ ସୁଦ୍ଧା କେରଳ ଛୁଇଁବ ଦକ୍ଷିଣପୂର୍ବ ମୌସୁମୀ ବାୟୁ ବର୍ତମାନ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଅଗ୍ରସର ହେଉଛି । ଏହାର ପ୍ରଭାବରେ ଆସନ୍ତା କାଲିଠୁ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

କିନ୍ତୁ ଉପକୂଳ ଓଡିଶାରେ ତାତି କମିଲେ ବି ପ୍ରବଳ ଗୁଳୁଗୁଳି ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ୨୪ ତାରିଖ ପରେ ହିଁ ରାଜ୍ୟରେ ତାତି କମିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଉତର ଓଡିଶା ଓ ଉପକୂଳ ଓଡିଶାରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ଅନୁମାନ କରାଯାଇଛି ।