ସ୍ନାନବେଦୀ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସେବାୟତଙ୍କ ପରିବାର ଓ ଶଙ୍କରାଚାର୍ଯ୍ୟ ! ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି

30

କନକ ବ୍ୟୁରୋ : ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ସେବାୟତଙ୍କ ପରିବାର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ସ୍ନାନମଣ୍ଡପରେ ସାହାଣମେଲା ସମୟରେ ସେବାୟତଙ୍କ ପରିବାର ସଦସ୍ୟଙ୍କୁ ୩୦ ମିନିଟ୍ ପାଇଁ ଏହି ସୁଯୋଗ ଦିଆଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ।

ଶ୍ରୀଜିଉଙ୍କ ସ୍ନାନପୂର୍ଣ୍ଣିମାର ନୀତି ନିର୍ଘଂଟ ମଧ୍ୟ ଚୂଡାନ୍ତ ହୋଇଛି । ଏହା ସହ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିପାରିବେ । ପ୍ରୋଟେକଲ ଅନୁସାରେ ଏହି ବ୍ୟବସ୍ଥା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକ ପରେ ସୂଚନା ଦେଇଛନ୍ତି ।