ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ମହାପ୍ରଭୁ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସ୍ଥିର ସରକାର ଗଢିବ ବିଜେଡି । 

162

କନକ ବ୍ୟୁରୋ : ମତଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରର ୧୧୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସରୁ ଚାଲି ଚାଲି ଆସି ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ ଦେଇଛନ୍ତି ନବୀନ ।

ଭୋଟ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହୋଇ ବହୁତ ଖୁସି । ସମସ୍ତେ ଆସି ମତଦାନ କରିବାକୁ କହିଛନ୍ତି ନବୀନ । ଏହାସହ ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିବ । ବିଜେଡି ଉପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ରହିଛି ।  ମହାପ୍ରଭୁ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିଜେଡି ସ୍ଥିର ସରକାର ଗଠନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।