ଭୋଟ ଦେଲେ, ସେଲଫି ପଏଣ୍ଟରେ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ । ନବୀନ ନିବାସରୁ ଚାଲି ଚାଲି ଆସି ଦେଲେ ଭୋଟ, କହିଲେ ଏଥର ବଡ ବିଜୟ ହାସଲ କରିବ ବିଜେଡି ।

280

କନକ ବ୍ୟୁରୋ : ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀର ୧୧୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲି ଚାଲି ଆସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୋଟ ଦେବା ପରେ ନବୀନ କହିଛନ୍ତି, ଚଳିତ ନିର୍ବାଚନରେ ବିଜେଡି ବଡ ବିଜୟ ହାସଲ କରିବ ।ଉଭୟ ଲୋକସଭା ଓ ବିଧାନସଭାରେ ଦଳ ଭଲ ପ୍ରଦର୍ଶନ କରିବ । ଓଡ଼ିଶାବାସୀଙ୍କ ସେବା କରିବାକୁ ଆମେ ସ୍ଥିର ସରକାର ଗଠନ କରିବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ନବୀନ ପଟ୍ଟନାୟକ । ଏହାସହ ଅଧିକରୁ ଅଧିକ ଯୁବ ଭୋଟର ଭୋଟ ଦିଅନ୍ତୁ ବୋଲି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୋଟ ଦେବା ପରେ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରର ସବୁଠୁ ବଡ ପର୍ବ ଲେଖାଥିବା ସେଲଫି ପଏଣ୍ଟରେ ଫଟୋ ଉଠାଇ ସମସ୍ତଙ୍କୁ ଏହି ମହାନପର୍ବରେ ସାମିଲ ହେବାକୁ କହିଛନ୍ତି । ଏହାସହ ଭୋଟ ଦେଇ ଫେରିବା ବେଳେ ସାଧାରଣ ଲୋକଙ୍କ ସହ ସେଲଫି ନେବା ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।