ରାଜ୍ୟରେ ଜାରି ରହିଛି ମତଦାନ । ସେପଟେ ଅନେକ ଜାଗାରେ ଇଭିଏମ ତ୍ରୁଟି ପୋଲିଂ ଅଧିକାରୀଙ୍କ ଅବହେଳା ନେଇ ଅଭିଯୋଗ ।

116

କନକବ୍ୟୁରୋ: ରାଜ୍ୟରେ ଜାରି ରହିଛି ମତଦାନ । ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଏବଂ ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଏଥିରେ ୪୪୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ଲୋକସଭା ପାଇଁ ୬୪ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ପାଇଁ ମୋଟ୍ ୩୮୩ ପ୍ରାର୍ଥୀ ଅଛନ୍ତି । ସେପଟେ ପୁଣି ମତଦାନ ବେଳେ ନିବାଚନ ହିଂସା ଦେଖିବାକୁ ମିଳିଛି । ବୁଖ ଜବରଦଖଲ ଅଭିଯୋଗ ପରେ ଉତ୍ତେଜନା ସୃଷ୍ଟି ହୋଇଛି । ଭୋଟରଙ୍କୁ ଜବରଦଖଲ ପରେ ବ୍ରୁ କୁ ଜବରଦଖଲ କରୁଥିବା ଅଭି ଯୋଗ ହୋଇଛି । ଘଷିପୁରା ବଡପଦନାର ଏ ହେଉଛି ଦୃଷ୍ୟ । ଭୋଟରଙ୍କୁ ପ୍ରଭାବିତ କରୁଥିଲେ ବିଜେଡି କର୍ମୀ । ବୁଥ ଭିତରେ ଜବରଦଖଲ କରି ପଶିଥିବା ଅଭିଯୋଗ ହୋଇଛି ।

ବିଜୁ ଜନତା ଦଳର କର୍ମୀ ମାନେ ଏଭଳି କାମ କରୁଥିବା ଅଭିଯୋଗ କରିଛନ୍ତି । ଏଥିସହ ମତଦାନ କେଦ୍ରରେ ମତଦାନ ଚାଲିଥିବା ବେଳେ ଘଷିପୁରା ରେ ସାମ୍ବାଦିକକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ପ୍ରକାର ଅଶ୍ଳିଳ ଭାଷା ପ୍ରୟୋଗ କରିବା ସହ ଗାଳିଗୁଲଜ ମଧ୍ୟ କରିଥିଲେ । ଅଭ୍‌ଯୋଗ କରିବା ଅନୁଯାୟୀ ସମୃକ୍ତ ଅଂଚଳର କର୍ମୀ ବୁଥ କୁ କବଜା କରିଥିବା ଅଭିଯୋଗ ହୋଇଥି । ସେପଟେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଇଭିଏମ୍ ଅଚଳ ଯୋଗୁଁ ଉତେଜନା ହୋଇଛି । । ବାରମ୍ବାର ଇଭିଏମରେ ତ୍ରୁଟି ଯୋଗୁଁ ଚାପା ଉତେଜନା ଲାଗି ରହିଛି । ପୋଲିଂ ଅଧିକାରୀଙ୍କ ଅବହେଳା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର ।

ଏହା ଉପାସନାଙ୍କ ନିଜ ଗାଁ ବୁଥ ହୋଇଥିବା ବେଳେ ଏଠାରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଗଡରୋଡରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି ୧୨୭ ନମ୍ବର ବୁଥରେ ଇଭିଏମ ତ୍ରୁଟି ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଡେଲାଙ୍ଗ ରେ ମଧ୍ୟ ସମାନ ପରିସ୍ଥିତି ହୋଇଥିବା ଅଭିଯୋଗ ହୋଇଛି ।୯୦ ମନ୍ୱର ବୁଥ ଗୁଆଳିପଡା ପଂଚାୟତରେ ଏପରି ହୋଇଥିବା ଅଭିଯୋଗ ହୋଇଛି । ବିଜେଡି ନବୀନଙ୍କ ଫୋଟ ଥିବା ବୁଥ ମଧ୍ୟରେ ଏଭଳି ଟୋକବ ଦିଆଯାଉଛି । ଯାହାର ଏକ୍ଳୁସିଭ ଖବର କନକ ନ୍ୟୁଜ ହାତରେ ଲାଗିଥିଲା ।