ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଏଣିକି ଜଣେ ବ୍ୟକ୍ତି ନେଇପାରିବେ ଗୋଟିଏ ପ୍ଲଟ

315

କନକ ବ୍ୟୁରୋ : ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଜଣେ ବ୍ୟକ୍ତି କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଗୋଟିଏ ପ୍ଲଟ ନେଇପାରିବେ । ପୂର୍ବରୁ ପ୍ଲଟ ପାଇଥିବା ବ୍ୟକ୍ତିଙ୍କୁ ଆବେଦନ କରିବାକୁ ହାଇକୋର୍ଟ ବାରଣ କରିଛନ୍ତି । ଏହି ସମ୍ବନ୍ଧୀୟ ନିୟମାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ନିୟମ ଆଡଭୋକେଟ୍ ଜେନେରାଲଙ୍କ ମାଧ୍ୟମରେ ଗୃହ ଓ ନଗର ଉନ୍ନୟନ ବିଭାଗ, ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।